ନୂଆବର୍ଷରେ ଘର କିଣିବା ହେଲା ସହଜ ! ୩ରୁ ୪ ଲକ୍ଷ ଶସ୍ତାରେ ମିଳିବ ଘର

94

ନିଜର ଗୋଟିଏ ଘର ତିଆରି କରିବା ପାଇଁ ସମସ୍ତଙ୍କ ଇଚ୍ଛା ଥାଏ । କିନ୍ତୁ ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ହୋଇପାରେ ନାହିଁ । କାହିକିଁ ନାଁ ଆଜିକା ସମୟରେ ଘର ତିଆରି କରିବା ହେଉ କି ଘର କିଣା ହେଉ ଏତେ ସହଜ ନୁହେଁ । ତେବେ ଆପଣ ଯଦି ନୂଆବର୍ଷରେ ଘର କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷରେ ଆପଣ ନିଜର ଘର ନେବା ପାଇଁ ଯୋଜନା ପ୍ରସ୍ତୁତ କରିନିଅନ୍ତୁ । ସବୁଠାରୁ ବଡ଼ ଲାଭ ହେଲା ଘର ଆପଣଙ୍କୁ ପ୍ରାୟ ୩ରୁ ୫ ଲକ୍ଷ ଟଙ୍କା ଶସ୍ତାରେ ମିଳିବ । ଆଉ ଚଳିତ ବର୍ଷ ଘର କିଣିବା ମଧ୍ୟ ବେଶ୍ ସହଜ ହେବ । ଆପଣଙ୍କ ସହ ଠକାମୀ ହେବାର ସମ୍ଭାବନା ମଧ୍ୟ ରହିଛି । ସୂଚନା ଅନୁସାରେ ମୋଦି ସରକାର କିଣାକିଣି କରୁଥିବା ଲୋକଙ୍କ ପାଇଁ ଅନେକ ଏପରି ପଦକ୍ଷେପ ନେଇଛନ୍ତି, ଯାହାଦ୍ୱାରା ପାଇଁ ଘର କିଣିବା ଆହୁରି ସହଜ ହେବ । ତେବେ ଏହାର ପୁରା ଲାଭ ଏବେ ପର୍ଯ୍ୟନ୍ତ ମିଳିପାରି ନାହିଁ । କିନ୍ତୁ ଚଳିତ ବର୍ଷ ଏହି ଯୋଜନାର ପୁରା ଲାଭ ଉଠାଇ ପାରିବେ ସାଧାରଣ ଲୋକେ ।

କେମିତି ମିଳିବ ଶସ୍ତାଘର ?
ପ୍ରକୃତକଥା ହେଲା ଘର କିଣାକିଣି କରୁଥିବା ଲୋକଙ୍କୁ ହୋମ ଲୋନର ସୁଧ ଉପରେ ସବସିଡ଼ି ଦେବାର ନିର୍ଣ୍ଣୟ ନେଇଛନ୍ତି ସରକାର । ଏହି ଯୋଜନା ଅନୁସାରେ ଇଡ଼ବ୍ଲ୍ୟଏସ୍, ଏଲଆଇଜିଙ୍କୁ ପ୍ରଥମରୁ ଲାଭ ମିଳୁଛି । କିନ୍ତୁ ମୋଦି ସରକାର ଏମଆଇଜ ଉପରେ ମଧ୍ୟ ସବସିଡ଼ି ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ପ୍ରଥମରୁ ସରକାର କହିଥିଲେ ୩୧ ଡିସେମ୍ବର ୨୦୧୭ରେ ପର୍ଯ୍ୟନ୍ତ ହିଁ ଏହି ସବସିଡ଼ି ପ୍ରଦାନ କରାଯିବ । କିନ୍ତୁ ପରେ ସରକାର ଏହାକୁ ବଢ଼ାଇ ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ କରିଛନ୍ତି । ଏପରିସ୍ଥଳେ ଆପଣଙ୍କୁ ଯଦି ହୋମ ଲୋନ ଉପରେ ଆପଣଙ୍କୁ ୩ରୁ ୪ ଲକ୍ଷ ପର୍ଯ୍ୟନ୍ତ ଶସ୍ତାରେ ଘର ମିଳିଯିବ । ମୋଦି ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଏହି ଲାଭ ଦିଆଯାଉଛି ।

 

ଆପଣଙ୍କ ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ ଅଧିକ ଓ ୧୨ ଲକ୍ଷରୁ କମ୍ ଥିଲେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏପରି ଆୟ କରୁଥିବା ଗ୍ରୁପକୁ ଏମଆଇଜି-୧ ବର୍ଗରେ ରଖାଯାଇଛି । ଏହି ଯୋଜନା ଅନୁସାରେ ଏମଆଇଜି-୧ ବର୍ଗର ଲୋକଙ୍କୁ ୧୨୦ ବର୍ଗ ମିଟରର ଘର କିଣିବା ପାଇଁ ସବସିଡ଼ି ମିଳେ । ଯଦି ଆପଣଙ୍କ ଆୟ ୧୨ ଲକ୍ଷରୁ ଅଧିକ ଓ ୧୮ ଲକ୍ଷ ଟଙ୍କାରୁ କମ୍ ତେବେ ଆପଣ ୧୫୦ ବର୍ଗ ମିଟର କାରପେଟ୍ ଏରିଆର ଫ୍ଲାଟ୍ କିଣିପାରିବେ । ଏହାକୁ ଏମଆଇଜି-୨ ବର୍ଗରେ ରଖାଯାଇଛନ୍ତି । ଏହି ଆକାରରେ ୩ବିଏଚକେ ଫ୍ଲାଟ୍ ମାର୍କେଟରେ ଉପଲବ୍ଧ । ଯଦି ଆପଣଙ୍କ ଆୟ ୬ ଲକ୍ଷରୁ କମ୍ ତେବେ ଆପଣ ୬୦ ବର୍ଗମିଟର କାର୍ପେଟ ସାଇଜର ଫ୍ଲାଟ୍ କିଣିପାରିବେ । ଏଥିରେ ଆପଣଙ୍କୁ ହୋମ ଲୋନର ସୁଧା ହାର ଉପରେ ୬.୫ ପ୍ରତିଶତ ସବସିଡ଼ି ମିଳିବ । ଯଦି ଆପଣଙ୍କ ଆୟ ୩ ଲକ୍ଷରୁ ମଧ୍ୟ କମ୍, ତେବେ ଅପାଣଙ୍କୁ ୩୦ ବର୍ଗମିଟର କାରପେଟ୍ ସାଇଜର ଘର କିଣିପାରିବେ । ଯାହା ଉପରେ  ଆପଣଙ୍କୁ ୬.୫ ପ୍ରତିଶତ ସବସିଡ଼ି ମିଳିବ । ଏହି ପ୍ରକାରେ ନୂଆବର୍ଷରେ  ଆପଣଙ୍କୁ ୩ରୁ ୪ ଲକ୍ଷ ଶସ୍ତାରେ ଘର ମିଳିଯିବ ।

କିପରି ହେବେନି ଶକାମିର ଶିକାର- ଘର କିଣିବା ସମୟରେ ସବୁଠାୁର ବଡ଼ ସମସ୍ୟା ହେଲା ବିଲଡ଼ର ଠାରୁ ଘର ବୁକ୍ କଲାପରେ ଠିକ ସମୟରେ ମିଳିପାରେନି ଘର । କିନ୍ତୁ ଚଳିତ ବର୍ଷ ଏପରି କିଛି ହେବ ନାହିଁ ମୋଦି ସରକାର ଗତ ବର୍ଷ ରିୟଲ ଇଷ୍ଟେଟ୍ ରେଗୁଲସେନ ଆଣ୍ଡ ଡ଼େଭଲପମେଂଟ ଆକ୍ଟ ଲାଗୁ କରିଛନ୍ତି । ଯାହାଦ୍ୱାରା ପାଖାପାଖି ସମସ୍ତ ରାଜ୍ୟରେ ଏହି ଆକ୍ଟ ଲାଗୁ ହେବ । ଆପଣ ଘର କିଣିଯିବା ସମୟରେ ସର୍ବପ୍ରଥମେ ଅଥରିଟି ୱେସାଇଟରେ ବିଲଡ଼ରର ପ୍ରକଳ୍ପ ବିଷୟରେ ଡିଟେଲ ଚେକ୍ କରନ୍ତୁ । ଆଉ ସେହି ଆଧାରରେ ହିଁ ଘର କିଣାକିଣି କରନ୍ତୁ । ଏପରି କରିବା ଦ୍ୱାରା ଅପାଣଙ୍କ ସହ ଫ୍ରଡ଼ ହେବ ନାହିଁ ।

କିପରି ହେବ ୪ଲକ୍ଷ ପର୍ଯ୍ୟନ୍ତ ଲାଭ –
ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଅନୁସାରେ ହୋମ ଲୋନ୍ ଉପରେ ମଧ୍ୟବିତ୍ତଙ୍କୁ ୨ ରୁ ୪ ପ୍ରତିଶତ ସବସିଡ଼ି ମିଳିବ । ଏମଆଇଜି-୧ ବର୍ଗକୁ ୪ ପ୍ରତିଶତ, ଏମଆଇଜି ୨କୁ ୩ ପ୍ରତିଶତ ସବସିଡ଼ି ମିଳିବ । ବତ୍ତର୍ମାନ ବ୍ୟାଙ୍କ୍ ୯ ପ୍ରତିଶତ ସୁଧ ଦରରେ ହୋମ ଲୋନ ପ୍ରଦାନ କରୁଛି । ଯଦି ଆପଣ ସବସିଡ଼ି ଯୋଜନା ଅନୁସାରେ ଲୋନ୍ ଆବଦେନ କିରିବେ, ତେବେ ଆପଣଙ୍କୁ ୬ରୁ ୫ ପ୍ରତିଶତ ସୁଧ ଦେବାକୁ ପଡ଼ିବ । ଏଥିରେ ଆପଣଙ୍କୁ ପାଖାପାଖି ୨ରୁ୩ ଲକ୍ଷ ଟଙ୍କା ସବସିଡ଼ି ମିଳିବ । ପାଖାପାଖି ୨ ଲକ୍ଷ ଟଙ୍କା ସୁଧ ବଞ୍ଚିବ ।

କିପରି କିରବେ ଆବେଦନ – ପ୍ରଧାନମମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଦିଆଯାଉଥିବା ସବସିଡ଼ିକୁ କ୍ରେଡ଼ିଟ୍ ଲିଙ୍କଡ଼ ସବସଡ଼ି ସ୍କ୍ରିମ(ସିଏଲଏସଏସ୍) କୁହାଯାଉଛି । ସମସସ୍ତ ବ୍ୟାଙ୍କ ତଥା ହାଉସିଙ୍ଗ ଫାଇନାନ୍ସ କମ୍ପାନୀ ଗୁଡ଼ିକ ମଧ୍ୟ ହୋମ ଲୋନ୍ ପ୍ରଦାନ କରୁଛନ୍ତି । ଏଥିପାଇଁ ନିଜ ଆୟର ବର୍ଗକୁ ଧ୍ୟାନରେ ରଖି ଫ୍ଲାଟ୍ ଚୟନ କରନ୍ତୁ । ଆଉ ତା’ପରେ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ । ତେବେ ଲୋନ ନେବା ପୂର୍ବରୁ ବ୍ୟାଙ୍କ୍ ଅଧିକାରୀଙ୍କ ସହ କଥା ହୋଇ ଯାଂଚ କରିନିଅନ୍ତୁ ଆପଣଙ୍କୁ ଉକ୍ତ ଯୋଜନାର ଲାଭ ମିଳିବ ନାହିଁ ।