‘ପିଠା’ ଯୋଜନାରୁ ମିଳିଲା ନୂଆ ସ୍ୱାଦ ! ‘ଆମ ଘରେ ଏଲଇଡି’ ଯୋଜନାରେ ହିତାଧିକାରୀଙ୍କୁ ମିଳିଲା ଏଲଇଡି ବଲବ ।

‘ପିଠା’ ଦେଲା ଏଲଇଡି ବଲବ୍ । ରାଜ୍ୟ ସରକାରଙ୍କର ପ୍ରତିଟି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ପିଠା ଯୋଜନାରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ ।

821
କନକ ବ୍ୟୁରୋ: ‘ପିଠା’ ଦେଲା ଏଲଇଡି ବଲବ୍ । ରାଜ୍ୟ ସରକାରଙ୍କର ପ୍ରତିଟି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ପିଠା ଯୋଜନାରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅବସରରରେ ହିତାଧିକାରୀମାନଙ୍କୁ ଏଲଇଡି ବଲବ୍ ପ୍ରଦାନ କରାଯାଇଛି । ଲୋକମାନେ ଉତ୍ସାହ ସହକାରେ ବଲବ୍ ନେଉଥିବା ନଜରକୁ ଆସିଛି ।
ସେପଟେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଜାଗୁଳାଇପଡା ପଂଚାୟତରେ ସରକାରଙ୍କର ପିଠା ଯୋଜନା  ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟସଭା ସଂସଦ ପ୍ରତାପ କେଶ୍ୱରି ଦେବ ଓ ପଂଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ଦାସ । ସରକାରଙ୍କ ବିଭିନ୍ନ ଲୋକାଭିମୂଖି  ଯୋଜନା ବିଷୟରେ ହିତାଧିକାରୀଙ୍କୁ ଅବଗତ କରାଇଥିଲେ ବିଭାଗୀୟ ଅଧିକାରୀ । ସେପଟେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ବୁଡାଗୁଡା ପଂଚାୟତ ପିଠାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ କରାଯାଇଛି । ପ୍ରତି ପରିବାରକୁ ଏଲଇଡିରେ ଲାଇଟ୍ ଦିଆଯିବ ସହ ମହିଳା ଏସଓଜି ଗ୍ରୁପ୍କୁ ୧୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି ।
କେବଳ ଗ୍ରାମଚଂଳ ନୁହେଁ, ସହରାଚଂଳ ବାସୀ ମଧ୍ୟ ପିଠାର ସ୍ୱାଦ ଚାଖିଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଠା ଯୋଜନାର ଲାଭ ପାଇବା ପାଇଁ ହିତାଧିକାରୀମାନେ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିବା ସହ ବିଭିନ୍ନ ଯୋଜନାରେ ନିଜ ନାମ ପଞ୍ଜିକରଣ କରାଉଛନ୍ତି ଏବଂ ଲାଭ ପାଉଛନ୍ତି । ରାଜ୍ୟ ସରକାରଙ୍କ ମମତା ଠାରୁ ଆରମ୍ଭ କରି ମଧୁବାବୁ ପେନସନ ଯାଏଁ ସବୁ ଯୋଜନା ବାବଦରେ ଟିକନିକ୍ କରି ବୁଝାଉଛନ୍ତି ଅଧିକାରୀ । ଆଗରୁ କେବଳ ଗ୍ରାମାଚଂଳ ବାସୀ ପିଠା କାର୍ଯ୍ୟକ୍ରମ ର ଫାଇଦା ପାଇପାରୁଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସହରାଚଂଳ ବାସୀଙ୍କ ପାଇଁ ଉଦ୍ଧିଷ୍ଟ କରାଇଛନ୍ତି ।