କ୍ୟାଚ୍ ଧରିବା ଚକ୍କରରେ ମୁହଁରେ ବାଜିଲା ବଲ୍, ବହୁଥିଲା ରକ୍ତ ଓ ହସୁଥିଲେ ଖେଳାଳୀ 

257

କ୍ରିକେଟ ମଇଦାନରେ ଖେଳିବା ସମୟରେ ଖେଳାଳୀଙ୍କୁ ଆଘାତ ପହଂଚିଥାଏ । ଗମ୍ଭୀର ଆଘାତ ଲାଗିବା ପରେ କେତେକ ଖେଳାଳୀଙ୍କୁ କ୍ରିକେଟ୍ ମଇଦାନରୁ ଫେରିବା ମୁସ୍କିଲ ହୋଇଯାଏ । କିଛି ଖେଳାଳୀ ଏମିତି ବି ଅଛନ୍ତି , ଯେଉଁମାନେ ନିଜର ଜୀବନ ହାରିଛନ୍ତି । ଅଷ୍ଟ୍ରେଲିୟାରେ ଖେଳାଯାଉଥିବା ବିଗ ବାଶ୍ ଲିଗ୍ ମ୍ୟାଚ୍ ସମୟରେ ମଧ୍ୟ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଖେଳାଳୀ ବେନ୍ କାଟିଙ୍ଗ ଆହତ ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ଦିନ ବ୍ରିସବେନ୍ ହିଟ୍ ଓ ମେଲବର୍ଣ୍ଣ ରେନେଗେଡସ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ଫିଲ୍ଡିଙ୍ଗ କରୁଥିବା ସମୟରେ ବେନ୍ କାଟିଙ୍ଗଙ୍କ ସହିତ ଏକ ଦୁର୍ଘଟଣା ଘଟିଛି । ମ୍ୟାଚ୍ ସମୟରେ ଏକ କ୍ୟାଚ୍ ଧରୁଥିବା ସମୟରେ ବଲ୍ ସିଧା ଯାଇ ତାଙ୍କର କପାଳରେ ବାଜିଥିଲା । କପାଳରେ ଜୋରରେ ବଲ୍ ବାଜିବାରୁ ମଇଦାନରେ ସେ ରକ୍ତ ଜୁଡୁବୁଡୁ ହୋଇଗଲେ । କିନ୍ତୁ ସେ ମଇଦାନ ଛାଡୁଥିବାବେଳେ ହସୁଥିବା ନଜର ଆସିଥିଲେ । ଏହି ଦୁର୍ଘଟଣା କାରଣରୁ ବେନ୍ କାଟିଙ୍ଗ ଚର୍ଚ୍ଚାରେ ଆସିଯାଇଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ, ଷ୍ଟିଚ୍ ଲାଗିବା ପରେ ପୁଣି ଥରେ ସେ ଖେଳ ମଇଦାନକୁ ଫେରିିଥିଲେ ଓ ଦୁଇ ଓଭର ଖେଳିଥିଲେ । ବେନ୍ କାଟିଙ୍ଗ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳନ୍ତି ।