ହକି ବିଶ୍ୱକପରେ ବେଲଜିୟମର ଜଲୱା ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫-୧ରେ ବିଜୟୀ ।

129

କଳିଙ୍ଗ ଷ୍ଟାଡିୟମରେ ଜାରି ଥିବା ପୁରୁଷ ହକି ବିଶ୍ୱକପର ୧୯ତମ ମ୍ୟାଚରେ ବେଲଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ପ୍ରଥମ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକାର ଖେଳାଳି ମ୍ୟାଚର ପ୍ରଥମ ଗୋଲ ଦେବା ପରେ ବେଲଜିୟମର ଖେଳାଳିମାନେ ସତର୍କ ହୋଇ ଯାଇଥିଲେ। ଏହା ପରେ ସେମାନେ ଆଉ ପଛକୁ ଫେରି ନଥିଲେ। ଟିମର ସମସ୍ତ ଖେଳାଳି ଏକଜୁଟ ହୋଇ ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଶେଷରେ ମ୍ୟାଚ୍ ୫-୧ରେ ବିଜୟୀ ହୋଇଛନ୍ତି ।

‘ପୁଲ-ସି’ର ଶେଷ ମ୍ୟାଚ କାନାଡା ଓ ଆୟୋଜକ ଭାରତ ମଧ୍ୟରେ ଆଜି ରାତି ୭ଟାରେ ଖେଲାଯିବ। ଏହି ମ୍ୟାଚରେ ଭାରତ ଚମକପ୍ରଦ ପ୍ରଦର୍ଶନ କରି ଓଡ଼ିଶା ପୁରୁଷ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିବ। ଭାରତ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ପରାସ୍ତ କରିଥିବା ବେଳେ ବେଲଜିୟମ୍ ସହିତ ମ୍ୟାଚକୁ ୨-୨ରେ ଡ୍ର ରଖିଥିଲା।