ସ୍କୁଲ ପିଲାଙ୍କ ମେଳରେ ହକି ତାରକା : ସ୍କୁଲ ପିଲାଙ୍କ ସହ ହକି ଖେଳିଲେ, ସେଲଫି ଉଠାଇଲେ ବେଲଜିୟମ ଟିମ

ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ବେଲଜିୟମ ହକି ଦଳ ।

210

କନକ ବ୍ୟୁରୋ : ସ୍କୁଲ ପିଲାଙ୍କ ମେଳରେ ହକି ଖେଳାଳୀ । ବିଶ୍ୱକପ ହକି ଚାଲିଥିବା ବେଳେ ଖେଳରୁ ଫୁରସତ ପାଇ ଡିଏଭି ସ୍କୁଲରେ ପହଚିଂଛନ୍ତି ବେଲଜିୟମ ଟିମ । ବେଲଜିୟମ ହକି ଖେଳାଳି ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ପହଚିଂବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଖେଳାଳୀଙ୍କୁ ଦେଖିବାକୁ ସ୍କୁଲରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସମେତ ବିଭିନ୍ନ ଲୋକଙ୍କ ଭିଡ ଜମିଥିଲା । ସ୍କୁଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସାମିଲ ହୋଇଥିଲେ ବେଲଜିୟମ ହକି ଖେଳାଳୀ । ସ୍କୁଲ ପିଲାଙ୍କ ସହ ବେଲଜିୟମ ଟିମ ହକି ଖେଳିବା ସହ ସେଲଫି ମଧ୍ୟ ଉଠାଇଛନ୍ତି । ରଙ୍ଗବତୀ ଗୀତରେ ସ୍କୁଲ ପିଲାଙ୍କ ସହ ନାଚିଛନ୍ତି ହକି ତାରକା ।

କେବଳ ଖେଳ ନୁହେଁ ବରଂ ହକି ଖେଳାଳୀ ଓଡିଶାର କଳାକୃତି, ଐତିହ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଦେଖିବାକୁ ମଧ୍ୟ ମନ ବଳାଉଛନ୍ତି । ହକି ବିଶ୍ୱକପରେ ଭାଗ ନେଇଥିବା ବିଭିନ୍ନ ଦଳ କେତେବେଳେ ସମୁଦ୍ର କୂଳ ତ କେତେବେଳେ ଧଉଳି ସ୍ତୁପ ଭଳି ଅନେକ ସ୍ଥାନକୁ ବୁଲି ଦେଖୁଛନ୍ତି । ୧୬ଟି ଦେଶ ମଧ୍ୟରେ ଗୋଟିଏ କପ୍ ପାଇଁ ଲଢ଼େଇ ଚାଲୁଥିବା ବେଳେ ଆଗାମୀ ମ୍ୟାଚ ପାଇଁ ମନକୁ ହାଲକା କରିବା ପାଇଁ ଏହା ଏକ ଅନ୍ୟତମ ମାଧ୍ୟମ । ଏହା ଦ୍ୱାରା ଦଳର ଉତ୍ସାହ ବଢ଼ିବା ସହ ଓଡିଶାର କଳାକୃତିକୁ ବିଶ୍ୱ ସ୍ତରରେ ଯେଉଁ ଦର୍ଜା ମିଳିଛି ତାକୁ ମନ ଭରି ଉପଭୋଗ କରୁଛନ୍ତି ବିଦେଶୀ ଖେଳାଳୀ ।