ମ୍ୟାଚ ଜିତିବାର ନୂଆ ଫର୍ମୁଲା ! ହୋଟେଲ ପାଚେରୀ ଡେଇଁଲେ ବେଲଜିୟମ ଟିମ୍ , ସାମ୍ନାକୁ ଆସିଲା ହକି ଖେଳାଳିଙ୍କ ଅନ୍ଧବିଶ୍ୱାସ

47

କନକ ବ୍ୟୁରୋ : ଦିଗବିଜୟ ପାଇଁ ପାଚେରୀ ଡେଇଁଲେ ବେଲଜିୟମ ହକି ଖେଳାଳି । ଗୁରୁବାର ରାତି ଅଧରେ ରହୁଥିବା ହୋଟେଲର ପାଚେରୀ ଡେଇଁଛନ୍ତି ବିଶ୍ୱ ହକି ଲିଗରେ ଭାଗ ନେବାକୁ ଓଡିଶା ଆସିଥିବା ବେଲଜିୟମ ହକି ଟିମର ଖେଳାଳି । ଭାରତଠାରୁ କ୍ୱାର୍ଟର ଫାଇନାଲରେ ପେନାଲ୍ଟି ସୁଟ ଆଉଟରେ ପରାସ୍ତ ହେବା ପରେ ହୋଟେଲକୁ ଫେରିଥିଲା ପୂରା ଟିମ୍ । ଆଉ ତାପରେ ରାତି ପ୍ରାୟ ୧୧ଟାବେଳେ ଏଭଳି କାଣ୍ଡ ଘଟାଇଥିଲେ ବେଲଜିୟମ ଖେଳାଳି ।

hockey-world-league_b2eae25e-da9e-11e7-ad52-47d546f3ccd3ଖେଳାଳିଙ୍କ ପାଇଁ କରାଯାଇଥିବା କଡା ସୁରକ୍ଷା ବଳୟ ଭେଦ କରି ପାଚେରୀ ଡେଇଁ ବାହାରକୁ ଚାଲି ଯାଇଥିଲେ । ଏପରିକି ସେମାନଙ୍କୁ ବାହାରେ ଯେଭଳି କେହି ଚିହ୍ନି ନପାରିବେ ସେଥିପାଇଁ ସେମାନେ ମୁହଁରେ ରଙ୍ଗ ବୋଳିଥିଲେ । ଖେଳାଳିମାନେ ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ଏପରି କରିଛନ୍ତି ବୋଲି କୁହାଯାଉଛି । ମ୍ୟାଚ୍ ହାରିଥିବା ପଡିଆରେ ଗୋପନୀୟ ଭାବେ ପାଚେରୀ ଡେଇଁ ବୁଲି ଆସିଲେ ପରବର୍ତି ମ୍ୟାଚ ବିଜୟୀ ହେବେ ବୋଲି ବେଲଜିୟମ ଖେଳାଳିଙ୍କର ବିଶ୍ୱାସ ରହିଛି । ଯାହାକୁ ଅମୂଳକ ଧାରଣା ବୋଲି କହିଛନ୍ତି ହେତୁବାଦୀ ।

ତେବେ ପରବର୍ତି ସମୟରେ ଜିପିଏସ ଟ୍ରାକ୍ କରି ସେମାନଙ୍କ ଅବସ୍ଥିତି ଜାଣିବା ପରେ କମିଶନରେଟ୍ ପୁଲିସ ତାଙ୍କୁ ପୁଣି ଆଣି ହୋଟେଲରେ ଛାଡିଥିଲା । ଏନେଇ ପୁଲିସ କମିଶନର କହିଛନ୍ତି ସେମାନଙ୍କ ଇଛା ଅନୁସାରେ ସେମାନେ ବୁଲିପାରିବେ । ସେମାନଙ୍କ ଉପରେ କଟକଣା ଲଗାଇବା ପାଇଁ କୋ÷ଣସି ପ୍ରକାର ନିର୍ଦ୍ଦେଶ ନାହିଁ । ତେବେ ପ୍ରଶ୍ନ ଉଠୁଛି ଏତେ ସୁରକ୍ଷା ବଳୟ ଭେଦ କରି କେମିତି ପାଚେରୀ ଡେଇଁଲେ ବିଦେଶୀ ଖେଳାଳି? ଯଦି ସେମାନଙ୍କର କିଛି ଅସୁବିଧା ହୋଇଥାନ୍ତା ସେଥିପାଇଁ କିଏ ଦାୟୀ ହୋଇଥାନ୍ତେ?