ଆକ୍ସନମୋଡରେ ସିଆରପିଏଫ! କାଶ୍ମୀରରେ ମୁତୟନ ହୋଇପାରନ୍ତି ସିଆରପିଏଫର ବିଦେଶୀ ସିପାହୀ, IED ଓ RDX ଆକ୍ରମଣକୁ ରୋକିବାରେ ମାହିର

525

ପୁଲୱାମାରେ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ ଯବାନ ସହିଦ ହେବା ପରେ ଏବେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ସିଆରପିଏଫ୍ । ଏଣିକି କାଶ୍ମୀରରେ ସିଆରପିଏଫ ନିଜ ଟିମରେ ଖୁବଶୀଘ୍ର ବିଦେଶୀ ସିପାହୀକୁ ମୁତୟନ କରିବ । ସିଆରପିଏଫର ଏହି ସିପାହୀ ଆଇଇଡି ଓ ଆରଡିଏକ୍ସ ଆକ୍ରମଣ ରୋକିବାରେ ପୂରା ମାହିର । ତେଣୁ ଆଗକୁ ଯେପରି ଏଭଳି ଆକ୍ରମଣ ନ ହୁଏ ସେଥିପାଇଁ ସିଆରପିଏଫ ଏଭଳି ପଦକ୍ଷେପ ନେବାକୁ ଯାଉଛି ।

ସିଆରପିଏଫର ଏହି ବିଦେଶୀ ସିପାହୀ ବାକୋସ ମୂଳତଃ ବେଲଜିୟମର । ବାଙ୍ଗାଲୋର ଟ୍ରେନିଂ ସେଣ୍ଟରରେ ଏମାନଙ୍କୁ ଟ୍ରେଣ୍ଡ କରାଯାଇଥାଏ । ଯେଉଁଠାରେ ସେମାନଙ୍କୁ ଆଇଇଡି ଓ ଆରଡିଏକ୍ସ ଭଳି ବିସ୍ଫୋଟକ ଚିହ୍ନଟ କରିବା ପାଇଁ ପ୍ରଶିକ୍ଷିତ କରାଯାଇଥାଏ ।

ଛତିଶଗଡର ସୁକମା,ବିଜାପୁର ହେଉ ଅବା ମହାରାଷ୍ଟ୍ରର ଗଢିଚିରୋଲି । ନକ୍ସଲଙ୍କ ପାଇଁ ବାକୋସ ସିପାହୀ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । କାରଣ ନକ୍ସଲଙ୍କ ଆଇଇଡି ଆକ୍ରମଣକୁ ବାରମ୍ବାର ବିଫଳ କରୁଛନ୍ତି ବାକୋସ । ସିଆରପିଏଫ ଯବାନଙ୍କ ସହ ମିଶି ବାକୋସ ନକ୍ସଲଙ୍କ ନିଦ ହଜାଇ ଦେଇଛନ୍ତି ।

ବାକୋସ ଏବେ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଆକ୍ରମଣକୁ ବିଫଳ କରିଛି । ବାକୋସକୁ ବେଲଜିୟମ ଶେପର୍ଡ ମଧ୍ୟ କୁହାଯାଏ । ତେବେ ସିଆରପିଏଫ ବାକୋସକୁ ବାଲା, ବାଲିସା, କ୍ରେଷ୍ଟ ଡ୍ରୋନ ନାଁରେ ମଧ୍ୟ ଡାକିଥାନ୍ତି । ଏବେ ଦେଶରେ ସିଆରପିଏଫ ସହ ଜର୍ମାନ ସେର୍ଫଡର ବାକୋସ କାର୍ଯ୍ୟ କରୁଛନ୍ତି । ସେହିଭଳି ୨୫୩ ଜର୍ମାନ ସେର୍ଫଡ ପ୍ରଜାତିର କୁକୁରଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଉଛି । ଏଠାରେ ୧୦ ମାସ ପର୍ଯ୍ୟନ୍ତ କଡା ଟ୍ରେନିଂ ଦିଆଯିବା ପରେ ସିଆରପିଏଫ ଯବାନଙ୍କ ସହ ଜଙ୍ଗଲ ଓ ସଡକରେ ପେଟ୍ରୋଲିଂ ପାଇଁ ଛାଡି ଦିଆଯାଇଥାଏ । ଯେଉଁଠାରେ ଏମାନେ ଆଇଇଡି ଓ ଆରଡିଏକ୍ସ ବିସ୍ଫୋରକକୁ ଚିହ୍ନଟ କରିଥାନ୍ତି । କୋଠାରେ ଲୁଚି ରହିଥିବା ଶତ୍ରୁଙ୍କ ପତ୍ତା ଲଗାଇବା ସହ ଏମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଥାନ୍ତି ।

ଏହି ବେଲଜିୟମ ସେଫର୍ଡ କୁକୁରଙ୍କ ବୟସ ୧୦ରୁ ୧୪ ବର୍ଷ ହୋଇଥିବା ବେଳେ ଏମାନଙ୍କର ଉଚ୍ଚତା ୫୬ରୁ ୬୬ ସେମି ମଧ୍ୟରେ ରହିଥାଏ । ସେହିଭଳି ଏମାନଙ୍କର ହାରାହାରି ଓଜନ ୨୦ରୁ ୩୦ କିଲୋଗ୍ରାମ ରହିଥାଏ । ଏହି ପ୍ରଜାତିର କୁକୁରକୁ ଆମେରିକା ମଧ୍ୟ ନିଜ ସେନାରେ ସାମିଲ କରିଛି । କୁଖ୍ୟାତ ଆତଙ୍କବାଦୀ ଲାଦେନଙ୍କୁ ମାରିବା ଟିମରେ ମଧ୍ୟ ଏହି କୁକୁର ସାମିଲ ଥିଲା ।

ଏକାଥରକେ ୨୫ରୁ ୩୦ କିଲୋମିଟର ପର୍ଯ୍ୟନ୍ତ ଚାଲି ପାରୁଥିବା ବାକୋସର ଘ୍ରାଣ ଶକ୍ତି ଅନ୍ୟ କୁକୁରଙ୍କ ଅପେକ୍ଷା ଅଧିକ ରହିଥାଏ । ୭୫ରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହାର ମୂଲ୍ୟ ରହିଥିବା ବେଳେ ସିଆରପିଏଫ ଓ ଆଇଟିବିପି ଏହାକୁ ୨୦୧୧ରେ ଏହାକୁ ପ୍ରଥମ ଥର ପାଇଁ କିଣିଥିଲେ । ୨୦୧୪ରେ ଏନଏସଜି ମଧ୍ୟ ନିଜ ଟିମରେ ବାକୋସକୁ ସାମିଲ କରିଥିଲା । ବାକୋସ ଭୁକିବା ବଦଳରେ ମୁଣ୍ଡ ହଲାଇ ବିସ୍ଫୋଟକ ବାବଦରେ ସୂଚନା ଦେଇଥାଏ । ମୁଣ୍ଡ ନ ବୁଲାଇ ୨୭୦ ଡିଗ୍ରୀ ପର୍ଯ୍ୟନ୍ତ ଦେଖିଥାଏ ବାକୋସ । ତେଣୁ ଏହାକୁ ଖୁବଶୀଘ୍ର କାଶ୍ମୀରରେ ମୁତୟନ କରାଯିବ ।