ଆଜିଠୁ ଆରମ୍ଭ ହେବ ବେଲବାହେଳି କୁଶେଇ ନଦୀ ସେତୁ କାମ :୫ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଲିବ ନିର୍ମାଣ

50

କେନ୍ଦୁଝର : ବର୍ଷକ ପରେ ପୋଲ ପାଇଁ ଅଂଟା ଭିଡିଲା ଜିଲ୍ଲା ପ୍ରଶାସନ। କେନ୍ଦୁଝର ଆନନ୍ଦପୁର ବେଲବାହେଳି କୁଶେଇ ନଦୀ ଉପରେ ଆଜିଠାରୁ ଆରମ୍ଭ ହେବ ପୋଲ ନିର୍ମାଣ କାମ। ୫ ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲ କାମ ଆରମ୍ଭ କରାଯିବ। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୨୦ ପ୍ଲାଟୁନ୍ ଫୋର୍ସ ପୁଲିସ ମୁତୟନ କରାଯିବ।

ଗତ ବର୍ଷ ଜୁଲାଇ ମାସରେ ସେତୁର ସ୍ଥାନ ପରିବର୍ତନ ଦାବିରେ ଆନ୍ଦୋଳନ ଚାଲିଥିବା ବେଳେ ପୁଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ଶତାଧିକ ଗ୍ରାମବାସୀଙ୍କୁ ଜେଲ ଯିବାକୁ ପଡିଥିଲା। ଜାତୀୟମାନବାଧିକର କମିଶନ ହସ୍ତକ୍ଷପ କରିବା ପରେ ରାଜପଥ ପ୍ରାଧିକରଣ ଓ ଆଇଆଇଟି ଖଡଗପୁରର ଏକ ବିଶେଷଜ୍ଞ ଦଳ ସେତୁର ସ୍ଥାନ ଓ ଡିଜାଇନର ଅନୁଧ୍ୟାନ କରିଥିଲେ। ଉପଯୁକ୍ତ ସ୍ଥାନରେ ସେତୁ ନିର୍ମାଣ କରାଯାଉଥିବା ନେଇ ରିପୋର୍ଟ ଦେଇଥିଲେ। ତେଣୁ ବର୍ଷେ ପରେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ପୋଲ ନିର୍ମାଣ ପାଇଁ ଅଂଟା ଭିଡିଛନ୍ତି।