ବେଲବାହାଳିରେ ତୁଟୁନି କୁଶେଇ ସେତୁ କଳି : ପୁଣି ମାତିଲେ ଜନତା, ପୋଲିସର ଲୁହବୁହା ଗ୍ୟାସ ଓ ଲାଠିମାଡ

18

କନକ ବ୍ୟୁରୋ : ବେଲବାହାଳିରେ କୁଶେଇ ସେତୁ ନିର୍ମାଣକୁ ନେଇ ଉତେଜନା । ଘଟଣାସ୍ଥଳରେ ପୋଲିସ–ଜନତା ମୁହାଁମୁହିଁ । କେଉଁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ କୁଶେଇ ନଦୀ ଉପରେ ସେତୁ ନିର୍ମାଣକୁ ନେଇ ଗତକାଲି ପୋଲିସ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଜୋରଦାର ଉତେଜନା ଦେଖାଦେଇଥଲାି । ପୂର୍ବରୁ ଉତେଜନା ପରିସ୍ଥିତି କାରଣରୁ ସେତୁ ନିର୍ମାଣ କାମ ବନ୍ଦ ରହିଥିବା ବେଳେ ଗୁରୁବାରଠାରୁ ପ୍ରଶାସନ ପୁଣି ଥରେ ସେତୁ ନିର୍ମାଣ କାମ ଆରମ୍ଭ କରିଥିଲା ।

ଉତେଜନା ଆଶଙ୍କା ଥିବାରୁ ଘଟଣାସ୍ଥଳରେ ୨୨ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଥିଲା । ତେବେ ଗୁରୁବାର ଗ୍ରାମବାସୀଙ୍କ ପକ୍ଷରୁ କୌଣସି ବିରୋଧ ଦେଖିବାକୁ ମିଳି ନଥିଲା । ଶୁକ୍ରବାର ସକାଳୁ ମଧ୍ୟ କାମ ଜାରି ରହିଥିଲା । ମଧ୍ୟାହ୍ନ ସୁଦ୍ଧା ବି କୌଣସି ବିରୋଧାଭାସର ସୂଚନା ମିଳି ନଥିଲା । କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ପୁଣି ଥରେ କାମ ଆରମ୍ଭ ହେବା ପରେ ହଠାତ୍ ସଂଘବଦ୍ଧ ହୋଇ ସ୍ଥାନୀୟ ଗ୍ରାମବାସୀ ଆକ୍ରମଣ କରିବା ସହ ପୋଲିସ ଉପରକୁ ଢେଲାପଥର ମାଡ କରିଥିଲେ ।

ଜବାବରେ ପୋଲିସ ମଧ୍ୟ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ୨ ମାସ ତଳେ ଏହି ସେତୁ ନିର୍ମାଣକୁ ନେଇ ଉତେଜନା ଦେଖା ଦେଇଥିଲା । ସେବେଠାରୁ ସେତୁ ନିର୍ମାଣ କାମ ବନ୍ଦ ରହିଥିବା ବେଳେ ଗତକାଲିଠାରୁ ପୁଣି ପ୍ରଶାସନ ପକ୍ଷରୁ କାମ ଆରମ୍ଭ ହୋଇଥିଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ –