ବେଜିଙ୍ଗରେ ଥିବା ଆମେରିକା ଦୂତବାସଙ୍କ କାର୍ଯ୍ୟାଳୟ ପାଖରେ ଫୁଟିଲା ବୋମା : ଘଟଣାସ୍ଥଳେ ପହଞ୍ଚି ଦଦନ୍ତ ଆରମ୍ଭ କରିଛି ପୋଲିସ

30

କନକ ବ୍ୟୁରୋ : ଆଜି ପୂର୍ବାହ୍ନରେ ବେଜିଙ୍ଗ୍ ଠାରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ବାହାରେ ଏକ ବିସ୍ଫୋରଣ ଘଟିଥିବା ଖବର ମିଳିଛି। ନିଜ ଉପରେ ଗ୍ୟାସୋଲିନ୍ ସ୍ପ୍ରେ କରିଥିବା ଜଣେ ମହିଳାଙ୍କୁ ଅଟକ ରଖାଯାଇଥିବା କଥା ସରକାରୀ ସେଠାକାର ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି । ତେବେ ଆମେରିକାରେ ମଧ୍ୟ ବର୍ତ୍ତମାନ ସମୟରେ ଅନେକ ବିସ୍ଫୋରୋଣ ହେଉଥିବା ସୂଚନା ମିଳୁଛି । ସବୁଠାରୁ ଗୁରୁତ୍ୂପୂର୍ଣ୍ଣ କଥା ଏହା କିଯେ, ଆମେରିକାର ଯେଉଁ ସ୍ଥାନରେ ବିସ୍ଫୋରୋଣ ହେଉଛି ସେହି ସ୍ଥାନରେ ଭାରତୀୟ ଦୂତବାସଙ୍କ ମଧ୍ୟ କାର୍ଯାଳୟ ରହିଛି । ତେଣୁ କେଉଁଥି ପାଇଁ ସେହି ସ୍ଥାନରେ ଏପରି ହେଲା ତାହାର ତଦନ୍ତ ସ୍ଥାନୀୟ ପୋଲିସ ଆରମ୍ଭ କରିଥିବା ସୂୂଚନା ମିଳିଛି ଟୁଇଟର ପୋଷ୍ଟ୍ କରାଯାଇଥିବା ଫଟୋରେ ଦେଖା ଯାଉଛି ବିପୁଳ ପରିମାଣର ଧୂଆଁ ଉତ୍ତରପୂର୍ବ ବେଜିଙ୍ଗ୍ ଠାରେ ଥିବା ଏହି ପ୍ରକାଣ୍ଡ ଅଟ୍ଟାଳିକା ଚଉହଦି ପୁଲିସ ଗାଡ଼ି ଘେରି ରହିଥିବା ପରି ଜଣାପଡୁଛି । ତେବେ ଏହି ବିସ୍ଫୋରୋଣରେ କିଛି ଲୋକ ଆହତ ହୋଇଥିବା କଥା ଜଣେ ପ୍ରତକ୍ଷଦର୍ଶୀ କହିଛନ୍ତି ।

ଘଟଣା ସଂକ୍ରାନ୍ତରେ ପୁଲିସ ହଠାତ୍ କୌଣସି ବିବୃତି ଦେଇ ନାହିଁ । ଘଟଣା ସଂକ୍ରାନ୍ତରେ ତଥ୍ୟ ଯୋଗାଡ଼ କରାଯାଉଛି ବୋଲି ଜଣେ ଦୂତାବାସ କର୍ମଚାରୀ କହିଛନ୍ତି । ଶାସକ ଦଳର ପ୍ରକାଶ କରୁଥିବା ଖବରକାଗଜ କହିଛି ଯେ ପ୍ରାୟ ଦିନ ୧୧ଟା ବେଳେ ସନ୍ଦିଗ୍ଧ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ନିଜ ଉପରେ ଗ୍ୟାସୋଲିନ୍ ସ୍ପ୍ରେ କରୁଥିବା ସମୟରେ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଯାଇଛି । ତେବେ ବେଜିଙ୍ଗ୍ ଅନ୍ତର୍ଗତ ଚାଓୟାଙ୍ଗ୍ ଜିଲ୍ଲାରେ ସମସ୍ତ ଦେଶର ଦୂତବାସ ରହିଥିବା ଜଣାପଡିଛି । ଯେହେତୁ ଅନ୍ୟ ଦେଶମାନଙ୍କର ଦୂତବାସ ସେଠାର ରହିଛି ତେଣୁ ସେହି ଅଞ୍ଚଳରେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଏ କିନ୍ତୁ କେଉଁ ପରିସ୍ଥିତିରେ ଏପରି ଘଟିଲା ତାହା ତଦନ୍ତ ହେବାପରେ ଜଣାପଡିବ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି ।