ଅହମିଆ ସାହିତ୍ୟିକଙ୍କ ବାସଭବନ ରକ୍ଷା ପାଇଁ ସମ୍ବଲପୁରରେ ଆସାମ ସଂସ୍କୃତି ମନ୍ତ୍ରୀ ! ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ, କାଲି ଭେଟିବେ ମୁଖ୍ୟମନ୍ତ୍ରୀଙ୍କୁ

26

କନକ ବ୍ୟୁରୋ : ବେଜବରୁଆଙ୍କ ବାସଭବନ ରକ୍ଷା ପାଇଁ ଆସାମ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ଉଦ୍ୟମ । ଓଡିଶାରେ ପହଂଚିଲେ ଆସାମ ସଂସ୍କୃତି-ଯୁବ ବ୍ୟାପାର ମନ୍ତ୍ରୀ ନବକୁମାର ଡୋଲେ । ତାଙ୍କ ସହ ଆସାମ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ହୃଷିକେଶ ଗୋସ୍ୱାମୀ ମଧ୍ୟ ଓଡିଶାରେ ପହଂଚିଛନ୍ତି । ଆଜି ବେଜବରୁଆ ଜମି ମାମଲା ନେଇ ଉଭୟ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟିବେ । ଏହା ସହ ଆସନ୍ତାକାଲି ଏହି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରିବେ ।

ଏହି ଅବସରରେ ବେଜବରୁଆ ବାସଭବନ ସଂରକ୍ଷଣ ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଅନୁରୋଧ ପତ୍ର ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବେ ବୋଲି ଜଣାପଡିଛି । ଆଗାମୀ ଦିନରେ ବେଜବରୁଆଙ୍କ ଏହି ବାସଭବନକୁ ସାଂସ୍କୃତିକ ପରିସର ପାଇଁ ଯୋଜନା ରଖିଥିବା କହିଛନ୍ତି ଆସାମ ସଂସ୍କୃତି ମନ୍ତ୍ରୀ ଓ ଆସାମ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ।