ବେଗୁନିଆରେ ବଳ କଷାକଷି ! ଶକ୍ତି ପ୍ରଦର୍ଶନ କଲେ ପ୍ରଶାନ୍ତ ଜଗଦେବଙ୍କ ସମର୍ଥକ, ସେପଟେ ଶାନ୍ତି ଯଜ୍ଞରେ ସାସଂଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ।

289

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବେଗୁନିଆ ରାଜନୀତି ସରଗରମ ହୋଇଛି । ଆଶାୟୀ ପ୍ରାର୍ଥୀମାନେ ବିଭିନ୍ନ ଉପାୟରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । କିପରି ଜନତାଙ୍କ ସମର୍ଥନ ହାସଲ କରିହେବ, ସେନେଇ ରଣନୀତି କରୁଛନ୍ତି ଆଶାୟୀ ପ୍ରାର୍ଥୀ । ଗୋଟିଏ ପଟେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସମର୍ଥକ ଶକ୍ତି ପ୍ରଦର୍ଶନ କରିଛନ୍ତି । ସେପଟେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ଶାନ୍ତିଯଜ୍ଞ ମାଧ୍ୟମରେ ଶକ୍ତି ଦେଖାଇଛନ୍ତି ।

ଏହି ସମୟରେ ବିଧାୟକଙ୍କ ସମର୍ଥକମାନେ ସିମୋରଠାରୁ ବାଇକ ଶୋଭାଯାତ୍ରା ଓ ପ୍ରତିବାଦସଭାର ଆୟୋଜନ କରିଥିଲେ । ଋଷଭ ପଙ୍ଗାରସିଂହ ପଂଚାୟତ ଲେଖନପୁର ବ୍ରହ୍ମଶ୍ୱର ମହାଦେବ ମନ୍ଦିର ପରିସରରେ ୪୦ ପଂଚୟାତର ସମର୍ଥକଙ୍କୁ ନେଇ ମହାଶାନ୍ତି ଯଜ୍ଞ କରିଥିଲେ । ଆଉ ପ୍ରଶାନ୍ତ ଜଗଦେବଙ୍କ ଅନୁପସ୍ଥିତିରେ ତାଙ୍କ ସମର୍ଥକମାନେ ବେଗୁନିଆ ମିନି ଷ୍ଟାଡିୟମରେ ପ୍ରତିବାଦ ସଭା କରିଥିଲେ । ଏଠାରେ ବହୁ ବିଜେଡି ନେତା ଥାନା ଭଙ୍ଗା ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।