ଆଜି ଠାରୁ ଆରମ୍ଭ ପବିତ୍ର ରମଜାନ ମାସ ! ମସଜିଦରେ ନମାଜ ପଢି ରୋଜା ରଖିବେ ଇସଲାମ ଧର୍ମାବଲମ୍ବୀ

37

କନକ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହେଉଛି ପବିତ୍ର ରମଜାନ ମାସ । ଜାମା ମସଜିଦ ସମତେ ଦେଶର ବିଭିନ୍ନ ମସଜିଦରେ ରୋଜା ସହ ନମାଜେ ତରାବିହି ଅଦା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପବିତ୍ର ରମଜାନ ମାସ ଆରମ୍ଭ ହୋଇଥିବା ବେଳେ ବଜାରରେ ଲଚ୍ଛା, ଖଜୁରୀ, ଟୋପି ଆଦି ବିକ୍ରି ହେଉଛି । ମସଜିଦ ଗୁଡିକରେ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।