ଏଣିକି ଆଉ ଖୁଚୁରା ନାହିଁ କହି ଭିକାରୀଙ୍କ ଠାରୁ ପାଇପାରିବେନି ରକ୍ଷା ! ଭିକାରୀମାନେ ବ୍ୟବହାର କଲେଣି ଡିଜିଟାଲ କ୍ୟାସଲେସ୍ ।

22

ଗତ କିଛି ବର୍ଷ ଧରି ଭାରତରେ ଡିଜିଟାଲ ଇଣ୍ଡିଆ, କ୍ୟାସଲେସ ଟ୍ରାଞ୍ଜାକସନକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କିନ୍ତୁ ଏହି ମାମଲାରେ ଚୀନ ବହୁତ ଆଗକୁ ବଢିଯାଇଛି । ଏହାର ଅନୁମାନ ଏହି କଥାରୁ ଲଗାଯାଇପାରିବ ଯେ, ସେଠାକାର ଭିକାରି ମଧ୍ୟ କ୍ୟୁଆର କୋଡ ଏବଂ ଇ-ୱାଲେଟର ବ୍ୟବହାର କରିଥାନ୍ତି । ସୂଚନା ଅନୁଯାୟୀ, ଚୀନର ଭିକାରିମାନେ ମୋବାଇଲ ପେମେଣ୍ଟ ଭଳି ଡିଜିଟାଲ୍ ପ୍ରଣାଳୀର ବହୁଳ ବ୍ୟବହାର କରୁଛନ୍ତି । କାହିଁକି ନା ଏଥିରୁ ସେମାନଙ୍କୁ ଭିକ ଅଧିକ ମିଳୁଛି । ଚୀନର ପର୍ଯ୍ୟଟନ ସ୍ଥଳୀ ଏବଂ ଷ୍ଟେସନ ମାନଙ୍କରେ ଏମିତି ଅନେକ ଭିକାରି ଦେଖିବାକୁ ମିଳୁଛନ୍ତି, ଯେଉଁମାନେ ଡିଜିଟାଲ ପେମେଣ୍ଟ ପ୍ରଣାଳୀ ବ୍ୟବହାର କରୁଛନ୍ତି ।

ପ୍ରକୃତରେ ଡିଜିଟାଲ ପେମେଣ୍ଟର ଫାଇଦା ହେଉଛି, ଲୋକମାନଙ୍କ ପାଖରେ ଖୁଚୁରା ନଥିଲେ ମଧ୍ୟ ସେମାନେ ଭିକ ଦେଇପାରିବେ । କେହି ଖୁଚୁରା ନାହିଁ ବୋଲି କହି ବାହାନା କରିପାରିବେ ନାହିଁ । ଚୀନର ଏକ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ପୁରା ବ୍ୟବସ୍ଥାରେ ବଜାର ଆସି ଯୋଡି ହୋଇଯାଇଛି । ଅନେକ ପ୍ରକାର ସ୍ୱାଇପିଙ୍ଗ କୋଡ ଆସିଯାଇଛି । ଭିକାରୀମାନଙ୍କୁ ଯଦି କେହି କିଛି ନଦିଅନ୍ତି, କିନ୍ତୁ କେବଳ ସେମାନଙ୍କର ସ୍ୱାଇପିଙ୍ଗ କ୍ୟୁଆର କୋଡକୁ ସ୍କାନ କରିଦିଅନ୍ତି, ତେବେ ଭିକାରି ମାନଙ୍କୁ କିଛି ନା କିଛି ଟଙ୍କା ମିଳିଯାଉଛି । ପ୍ରକୃତରେ କେତେକ ସ୍ଥାନୀୟ ଷ୍ଟାର୍ଟ ଅପ୍ କମ୍ପାନୀ ଏବଂ ଛୋଟ ବ୍ୟବସାୟୀ ଭିକାରୀଙ୍କ କ୍ୟୁଆର କୋଡରେ ପ୍ରତିଟି ସ୍କାନ ବଦଳରେ କିଛି ନା କିଛି ଟଙ୍କା ଦେଇଥାନ୍ତି । ସ୍କାନ ହେବା ଦ୍ୱାରା କମ୍ପାନୀ ମାନଙ୍କୁ ସମ୍ପୃକ୍ତ ବ୍ୟକ୍ତି ମାନଙ୍କର ତଥ୍ୟ ମିଳିଯାଇଥାଏ, ଯାହାକି ସେମାନେ ବିକ୍ରି କରିଥାନ୍ତି ।