ଭିକ ନଦେବାରୁ ଭିକାରୀ ମାରିଲା ଛୁରୀ ! ଲୁଟିନେଲା ୧୦ ହଜାର ଟଙ୍କା ।

37

ଦେଶରେ ଦିନକୁ ଦିନ ଭିକାରିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଲୋକ ମାନଙ୍କ ପାଇଁ ଏକ ମୁଣ୍ଡ ବିନ୍ଧା ପାଲଟିଛି । ଭିକାରିଙ୍କ ସଂଖ୍ୟା ବଢିବା ଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଏକ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ରାୟପୁର ରେଲୱେ ଷ୍ଟେସନରେ ଏକ ଯାତ୍ରୀଙ୍କୁ । ଭିକ ନ ଦେବାରୁ ଭିକାରୀ ମାରିଲା ଛୁରୀ । ଏତିକିରେ ବି ମନ ଶାନ୍ତି ହେଲାନି ଯେ, ଛୁରୀ ମାରିଥିବା ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ମଧ୍ୟ ଲୁଟିନେଲା ଭିକାରୀ । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ରାୟପୁରର ରେଲୱେ ଷ୍ଟେସନ ପରିସରରେ ଦେଖିବାକୁ ମିଳିଛି । ଭିକାରୀଙ୍କ ଗୁଣ୍ଡାଗିରି ଯୋଗୁଁ ଯାତ୍ରୀ ଜଣକ ଆହତ ହୋଇଛନ୍ତି ।

ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ଅନ୍ତର୍ଗତ କରେଲି ଗ୍ରାମରେ ବାସ କରୁଥିବା ଅଂଶୁଲ ଶର୍ମା ରାୟପୁରରେ ଚାକିରି କରନ୍ତି । ସେ ଜୁନ ୧ ତାରିଖ ଦିନ ରାୟପୁର ରେଳ ଷ୍ଟେସନ ନିକଟରେ ଥିବା ଏକ ଏଟିଏମରୁ ଟଙ୍କା ଉଠାଇ ଏକ ପାର୍କ ପାଖରେ ଛିଡା ହୋଇଥିଲେ । ଠିକ ସେହି ସମୟରେ ଏକ ଭିକାରୀ ଆସି ଭୋଜନ କରିବା ପାଇଁ ଅଂଶୁଲଙ୍କୁ କିଛି ଟଙ୍କା ମାଗିଥିଲା । ଅଂଶୁଲ ଟଙ୍କା ଦେବାକୁ ମନା କରିଦେବାରୁ ଭିକାରୀ ଯୁବକଙ୍କୁ ଛୁରୀରେ ଆଘାତ କରି ତାଙ୍କ ପାଖରେ ଥିବା ୧୦ ହଜାର ଟଙ୍କା ମଧ୍ୟ ଲୁଟି ନେଇଥିଲା ।

ଯୁବକ ଜଣକ ଆହତ ଅବସ୍ଥାରେ ରେଳବାଇ ପୁଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହି ମାମଲାକୁ ସାର୍ବଜନିନ ହେବାକୁ ଦେଇନଥିଲେ । ପରେ ପୁଲିସ ଅପରାଧୀକୁ ଗିରଫକରି ମାମଲାକୁ ସାର୍ବଜନିନ କରିବା ସହିତ ଅଂଶୁଲଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।