ଭିକାରୀ ଚଢିଲା ହାର୍ଲେ ଡାଭିଡସନ୍! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିକାରୀର ମହଙ୍ଗା ଗାଡି କିଣିବା ଖବର ।

30

କିଛି ଦିନ ପୂର୍ବରୁ ଥାଇଲଣ୍ଡରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିିଆରେ ଜଣେ ଭିକାରି ହାର୍ଲେ ଡ଼ାଭିଡ଼୍‍ସନ ବାଇକ୍‌ କିଣିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ଯେତେବେଳେ ବ୍ୟକ୍ତିଜଣକ ହାର୍ଲେ ସୋରୁମ୍‌ ଭିତରକୁ ଯାଇଥିଲେ । ସୋରୁମ୍‌ କର୍ମଚାରୀ ବ୍ୟକ୍ତିଙ୍କୁ ଜଣେ ଭିକାରି ବୋଲି ଭାବିଥିଲେ । ସେ ଯେତେବେଳେ ଗାଡ଼ି ଦେଖାଇବାକୁ କହିଥିଲେ କର୍ମଚାରମାନେ ତାଙ୍କୁ ଗାଡ଼ି ଦେଖାଇବା ପରିବର୍ତ୍ତେ ହସିବାରେ ଲାଗିଥିଲେ । କର୍ମଚାରୀଙ୍କୁ ହସୁଥିବାର ଦେଖି ବ୍ୟକ୍ତି ଜଣକ ରାଗି ଯାଇଥିଲେ । ଜୋରରେ ପାଟି କରିବା ପରେ ବ୍ୟକ୍ତି ଜଣକ ଜଣକ ସୋ’ରୁମ୍‌ର ମୁଖ୍ୟଙ୍କୁ ଡ଼ାକି ଘଟଣା ବିଷୟରେ କହିଥିଲେ ।

ଯାହା ପରେ ସୋ’ରୁମ୍‌ର ମୁଖ୍ୟ ତାଙ୍କୁ କ୍ଷମା ମାଗିବା ସହ ଗାଡ଼ି ଦେଖାଇଥିଲେ । ଶେଷରେ ସେ ହାର୍ଲେର ଏକ ଗାଡ଼ି ବୁକ୍‌ କରିଥିଲେ, ଯାହାର ମୂଲ୍ୟ ଥିଲା ୧୨ଲକ୍ଷ ଟଙ୍କା । ଗାଡ଼ି ବାଛିବା ପରେ ନିଜ ବ୍ୟାଗ୍‌ ଭିତରୁ ୧୨ ଲକ୍ଷ ଟଙ୍କା କାଢ଼ି ରଖିଥିଲେ ଭିକାରୀ ଭଳି ଦେଖାଯାଉଥିବା ଏହି ବ୍ୟକ୍ତି। ଏହାକୁ ଦେଖି ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ କର୍ମଚାରୀ । ଭିକାରି ଭଳି ଦେଖା ଯାଉଥିବା ଲୋକଟି ପାଖରେ ଏତେ ଟଙ୍କା କେଉଁଠୁ ଆସିଲା ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ । ତେବେ ଏ ପର୍ୟ୍ୟନ୍ତ ଏହି ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନାହିଁ ।