ସାଇଲେଣ୍ଟ ହାର୍ଟ ଆଟାକ ପୂର୍ବରୁ ଶରୀର ଦେଇଥାଏ ଏହି ସଙ୍କେତ ! ଆଦୌ କରନ୍ତୁ ନାହିଁ ଅଣଦେଖା ।

37

ଆପଣ କେବେହେଲେ ଭାବିନଥିବେ କିନ୍ତୁ ଆପଣଙ୍କ ଅଜାଣତରେ ଆପଣଙ୍କୁ ହାର୍ଟ ଆଟାକ ଆସିପାରେ । ବେଳେ ବେଳେ ଏପରି ହୋଇଥାଏ । ଏବଂ ଏହାକୁ ସାଇଲେଣ୍ଟ ହାର୍ଟ ଆଟାକ କୁହାଯାଇଥାଏ । ଏବଂ ଏହି ହାର୍ଟ ଆଟାକ କାହାକୁ ବି ମଧ୍ୟ ଆସିପାରେ । ଡାଇବେଟିସ ରୋଗୀଙ୍କ ପାଖରେ ଏପରି ହେବାର ସମ୍ଭାବନା ଅଧିକ ରହିଥାଏ । ସାଇଲେଣ୍ଟ ହାର୍ଟ ଆଟାକରେ ହାର୍ଟ ଫେଲ ହେବାର ଅଧିକ ସମ୍ଭାବନା ରହିଥାଏ । ତେବେ କିପରି ଏହି ମାରାତ୍ମକ ରୋଗକୁ ଚିହ୍ନଟ କରିବେ ।

ସାଇଲେଣ୍ଟ ହାର୍ଟ ଆଟାକକୁ ସାଇଲେଣ୍ଟ ମାୟୋକାର୍ଡିଆଲ ଇନଫ୍ରାକସନ କୁହାଯାଇଥାଏ । ଏଥିରେ କୌଣସି ବ୍ୟକ୍ତିଙ୍କୁ ହାର୍ଟ ଆଟାକ ଆସିଲେ ମୁଣ୍ଡରେ ବଥା ହୋଇଥାଏ । କିନ୍ତୁ ହାର୍ଟ ଆଟାକ ଜଣାପଡିନଥାଏ ।

ସାଇଲେଣ୍ଟ ହାର୍ଟ ଆଟାକର ୫ଟି କାରଣ :

୧. ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା

୨. ବ୍ୟାୟାମ କିମ୍ବା ଶରୀରକୁ ଉପଯୁକ୍ତ କାର୍ଯ୍ୟକ୍ଷମ ନକରାଇଲେ

୩. ମଦ କିମ୍ବା ସିଗାରେଟ ସେବନ କଲେ

୪. ଡାଇବେଟିସ କିମ୍ବା ମୋଟାପଣ

୫. ଅଧିକ ଚିନ୍ତା କରିବା କିମ୍ବା ଟେନସନରେ ରହିବା