ଶିଶୁଙ୍କୁ ପାଉଡ଼ର ଲଗାଉଥିଲେ, କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ . . . .

160

ସବୁ ବାପା-ମା ତାଙ୍କ ପିଲା ସୁସ୍ଥ ଏବଂ ମଜ୍‌ବୁତ୍‌ ରୁହନ୍ତୁ ବୋଲି ଚାହିଁ ଥାଆନ୍ତି । ସେଥିପାଇଁ ସେମାନେ ଭିନ୍ନ ଭିନ୍ନ ପ୍ରକାରର ପଦକ୍ଷପ ନେଇ ଥାଆନ୍ତି । କିନ୍ତୁ ସେମାନେ ନେଉଥିବା ପଦକ୍ଷପ ସେମାନଙ୍କ ପିଲା ପାଇଁ କେତେ ଉପକାରୀ ତାହା ସେମାନେ ଜାଣି ନଥାନ୍ତି । ଉଦାହରଣ ସ୍ୱରୁ ଛୋଟ ପିଲାମାନଙ୍କୁ ଖରା ଦିନେ ହେଉଥିବା ଝାଳରୁ ରକ୍ଷା କରିବା ପାଇଁ ମା’ମାନେ ପାଉଡ଼ରକୁ ବ୍ୟବହାର କରି ଥାଆନ୍ତି । କିନ୍ତୁ ଏହାର ବ୍ୟବହାର ଛୋଟ ଶିଶୁ ଉପରେ କ’ଣ ପ୍ରଭାବ ପକାଉଛି ତାହା ସେମାନେ ଭାବି ନଥାନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଭଳି ଭାବରେ ପାଉଡ଼ର ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚିଥାଏ । ଆସନ୍ତୁ ଜାଣିବା . . . .

ଛୋଟ ପିଲାମାନଙ୍କୁ ଲଗାତାର ବେବି ପାଉଡ଼ର ଲଗାଇବା ଦ୍ୱାରା ସେମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ବାରମ୍ବାର ପାଉଡ଼ରର ବ୍ୟବହାର ଦ୍ୱାରା ଏହା ସେମାନଙ୍କ ନାକକୁ ଯାଇ ନିଶ୍ୱାସ ଦେବାରେ ବାଧା ସୃଷ୍ଟି କରିଥାଏ । ବେଳେ ବେଳେ ନିଶ୍ୱାସ ବନ୍ଦ ହୋଇ ଯାଇଥାଏ । ସବୁଦିନ ଲଗାତାର ବେବି ପାଉଡ଼ର ବ୍ୟବହାର କରିବା ଦ୍ୱାରା ଏହାର କଣିକା ଶିଶୁର ଛାତିରେ ଜମା ହେବା ସହ ହୃଦ୍‌ଜନିତ ରୋଗ ଦେଖା ଯାଇଥାଏ । ଯେହେତୁ ଛୋଟ ପିଲାମାନଙ୍କର ରୋଗ ପ୍ରତିରୋଧକୁ ଶକ୍ତି କମ ସେଥି ପାଇଁ ସେମାନର ଖୁବ୍‌ ଶିଘ୍ର ଦେହ ଖରାପ ହୋଇ ଯାଇଥାଏ । ତେବେ ଯଦି ଆପଣ ଏ ସବୁ ସମସ୍ୟାରୁ ନିଜର ଶିଶୁକୁ ରକ୍ଷା କରିବା ପାଇଁ ଚାହଁଛନ୍ତି ତେବେ ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ ।

ଶିଶୁକୁ ପାଉଡ଼ର ଲଗାଇବା ସମୟରେ ସିଧା ପାଉଡ଼ରକୁ ତାଙ୍କ ଉପରେ ପକାଇବା ବଦଳରେ ହାତରେ ପାଉଡ଼ର ନେଇ ତାଙ୍କ ଶରୀରରେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ପାଉଡ଼ରର କଣିକା ସେମାନଙ୍କ ନାକକୁ ଯିବ ନାହିଁ । ଯାହା ଫଳରେ ସେମାନେ ଠିକ୍‌ ଭାବରେ ନିଶ୍ୱାସ ନେଇ ପାରିବେ । ପିଲାମନଙ୍କ କେବେ ହେଲେ ପାଉଡ଼ର ଡ଼ବା ସହ ଖେଳିବାକୁ ଦିଅନ୍ତୁ ନାହିଁ । ଶିଶୁମାନଙ୍କର ଓଦା ଶରୀରରେ କେବେ ହେଲେ ପାଉଡ଼ର ଲଗାନ୍ତ ନାହିଁ । ଶରୀରକୁ ଭଲ ଭାବରେ ପୋଛିବା ପରେ ହିଁ ପାଉଡ଼ର ଲଗାନ୍ତୁ । ଛୋଟ ପିଲାମାନଙ୍କର ଗୁପ୍ତାଙ୍ଗରେ ପାଉଡ଼ର ଲଗାନ୍ତୁ ନାହିଁ । ଏହା ଦ୍ୱାରା କ୍ୟାନ୍‌ସର ହେବାର ଆଶଙ୍କା ଅଧିକ ରହିଥାଏ ।