କର ନ ଦେଲେ ଜରିମାନା ! ୩୧ ଜୁଲାଇ ପୂର୍ବରୁ ଆୟକର ନ ଦେଲେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଦେଇ ପାରନ୍ତି ଜରିମାନା ।

73

କନକ ବ୍ୟୁରୋ : ଭାରତରେ ଯେଉଁ ବ୍ୟକ୍ତିମାନେ ନିଜର ଇନକମ୍ ଟ୍ୟାକ୍ସ ବା ଆୟକର ଜମା କରିନାହାନ୍ତି । ସେମାନେ ଏହି ଖବର ଜାଣିଲା ପରେ ନିଶ୍ଚୟ ଭାବରେ ସଜାଗ ହେବେ । କାରଣ ମାତ୍ର ଆଉ ୨୬ ଦିନର ସମୟ । ଏହି ସମୟରେ ଆପଣ ଯଦି ସରକାରଙ୍କୁ ଆୟକର ନ ଦିଅନ୍ତି ତେବେ ଆପଣ ୫୦୦୦ କିମ୍ବା ତାହା ଠାରୁ ବି ଅଧିକ ଅର୍ଥ ଜରିମାନା ଦେଇପାରନ୍ତି ।

ଆୟକର ବିଭାଗ ମଧ୍ୟ ବାରମ୍ବାର କହିଛି ଯେ ଆପଣ ମାନେ ସଠିକ ସମୟରେ କର ଦିଅନ୍ତୁ । ନଚେତ୍ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ । ଆପଣଙ୍କର ଟେକ୍ସବଲ ଆୟ ଅଢେଇ ଲକ୍ଷରୁ ଅଧିକ ରୋଜଗାର ହେଉଥିବ ତେବେ କର ଦେବେ ।

୨୦୧୭ – ୨୦୧୮ ଆର୍ଥିକ ବର୍ଷରେ ଆପଣ ଯଦି ଅଢେଇ ଲକ୍ଷରୁ ୫ ଲକ୍ଷ ମଧ୍ୟରେ ରୋଜଗାର କରୁଥିବେ ତେବେ ୫ ପ୍ରତିଶତ ଓ ୫ ଲକ୍ଷରୁ ୧୦ ଲକ୍ଷ ଭିତରେ ରୋଜଗାର ହେଉଥିବ ତେବେ ୨୦ ପ୍ରତିଶତ ଓ ୧୦ ଲକ୍ଷରୁ ଅଧିକ ରୋଜଗାର ଥିଲେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ ।

ଆପଣଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯେ ଆପଣ ଯଦି ୫୦ ଲକ୍ଷରୁ ଅଧିକ ଓ କୋଟିଏରୁ କମ ଟଙ୍କା ରୋଜଗାର କରୁଥିବେ ତେବେ ୧୦ ପ୍ରତିଶତ ସରଚାର୍ଜ ଦେବାକୁ ପଡିବ । ଏହା ସହ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିଲେ ୧୫ ପ୍ରତିଶତ ସରଚାର୍ଜ ଦେବାକୁ ପଡିବ ।

କିପରି ଆୟକର ଦେବେ : 

ଆପଣ ଉଭୟ ଅଫଲାଇନ ଓ ଅନଲାଇନ ଆୟକର ଜମା କରିପାରିବେ । ଆପଣ ଯଦି ଅନଲାଇନରେ କର ଦେବାକୁ ଚାହିଁବେ ତେବେ ଆପଣଙ୍କୁ ଇ- ଫାଇଲିଙ୍ଗ ୱେବସାଇଟକୁ ଯିବାକୁ ପଡିବ ।  ଯଦି ଆପଣ ସରକାରୀ ବେତନ ପାଉଥିବେ ତେବେ ଆପଣଙ୍କୁ ଆଇଟିଆରର ୧ ନଂ ଫର୍ମ ପୂରଣ କରିବାକୁ ପଡିବ ।

କ’ଣ କ’ଣ ଡକ୍ୟୁମେଣ୍ଟର ଆବଶ୍ୟକତା ରହିଛି :

ଆପଣଙ୍କର ଆୟ ସମ୍ପର୍କିତ ସମସ୍ତ ପ୍ରମାଣ ରହିବାର ଆବଶ୍ୟକତା ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଫର୍ମ-୧୬ , ଫର୍ମ ୨୬ ଏଏସ । ବ୍ୟାଙ୍କ ସମ୍ପର୍କିତ ତଥ୍ୟ, ଘରର ଲୋନ କାଗଜ, ପାନ୍ କାର୍ଡ, ଆଧାର କାର୍ଡ ସହ ଅନ୍ୟ ପ୍ରମାଣର ମଧ୍ୟ ଆବଶ୍ୟକତା ରହିଛି ।

୩୧ ଜୁଲାଇ ସୁଦ୍ଧା ଆୟକର ନଦେଲେ ଅସୁବିଧା କଣ ?

ଯଦି ଆପଣ ୨୦୧୮ ମସିହା ୩୧ ଜୁଳାଇ ମଧ୍ୟରେ ଆୟକର ନ ଦିଅନ୍ତି । ତେବେ ଆପଣଙ୍କ ବିରୋଧରେ ଆୟକର ଧାରା ୨୩୪ଏଫ୍ ଲଗାଯାଇ ପାରିବ । ଯଦି ଆପଣ ୩୧ ଜୁଲାଇ ପରେ ଓ ୩୧ ଡିସେମ୍ବର ମଧ୍ୟରେ ଆୟକର ଜମା କରୁଛନ୍ତି ତେବେ ଆପଣଙ୍କୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନ କରାଯାଇ ପାରେ ଏବଂ ୩୧ ଡିସେମ୍ବର ପରେ ଆୟକର ଜମା କଲେ ୧୦ ହଜାର ଟଙ୍କା ଜୋରିମାନ ହୋଇପାରେ । ଏହାସହ ଆପଣଙ୍କର ଆୟ ୫ ଲକ୍ଷରୁ ଅଧିକ ନଥିଲେ ଯଦି ଆପଣ ବିଳମ୍ବରେ ଆୟକର ଜମା କଲେ ୧୦୦୦ ରୁ ଉଦ୍ଧ୍ୱର୍ ଜୋରିମାନା ଆପଣଙ୍କୁ କରାଯିବ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।