ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଏଠାରେ ହୋଇଥାଏ କୁକୁର ପୂଜା ! ଜାଣନ୍ତୁ କେଉଁଠି ଏବଂ କାହିଁକି କରାଯାଇଥାଏ ଏହି ପୂଜା ।

ଦୀପାବଳିର ଗୋଟେ ଦିନ ପୂର୍ବରୁ କୁକୁରଙ୍କୁ କରାଯାଏ ପୂଜାର୍ଚ୍ଚନା ।

171

ଦୀପାବଳିର ଗୋଟେ ଦିନ ପୂର୍ବରୁ କୁକୁରଙ୍କୁ କରାଯାଏ ପୂଜାର୍ଚ୍ଚନା । ରାତି ପାହିଲେ ଦୀପାବଳି । ଏହି ସୁଭ ଦିନର ଗୋଟିଏ ଦିନ ପୂର୍ବରୁ ଲୋକମାନେ ଘର ସଜାଇବା ଏବଂ ନିଜର ଘର ଲୋକ ଓ ସାଙ୍ଗ ସାଥି ମାନଙ୍କ ମୁଁହରେ ହସ ଫୁଟାଇବା ପାଇଁ ଉପହାର କିଣୁଥିବା ବେଳେ ଆମର ପଡୋଶି ଦେଶ ନେପାଳରେ କୁକୁର ମାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।

ସୂଚନା ଅନୁଯାୟୀ, ଭାରତର ପଡୋଶି ଦେଶ ନେପାଳରେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଏକ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପର୍ବକୁ କୁକୁର ପର୍ବ ବୋଲି କୁହାଯାଇଥାଏ । ଏହି ପର୍ବରେ କୁକୁର ମାନଙ୍କୁ ପୂଜା କରାଯାଇଥାଏ । ନେପାଳରେ ପାଳିତ ହେଉଥିବା କୁକୁର ପର୍ବକୁ ଲୋକମାନେ ବେଶ ଧୁମଧାମରେ ପାଳନ କରିଥାନ୍ତି । ଏହି ଉତ୍ସବରେ ନେପାଳର ସମସ୍ତ କୁକୁରଙ୍କୁ ପୂଜା କରାଯାଇଥାଏ । କେବଳ କୁକୁର ନୁହେଁ ନେପାଳରେ ସମସ୍ତ ପଶୁଙ୍କୁ ଦୀପାବଳିର ଗୋଟେଦିନ ପୂର୍ବରୁ ପୂଜା କରାଯାଇଥାଏ କିନ୍ତୁ କୁକୁରଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ।

ନେପାଳରେ ଦୀପାବଳିକୁ ମଧ୍ୟ ବେଶ ଧୁମଧାମରେ ପାଳନ କରାଯାଇଥାଏ । କିନ୍ତୁ ଦୀପାବଳି ପୂର୍ବରୁ କାଉ ପୂଜା ଏବଂ କୁକୁର ପୂଜା କରାଯାଇଥାଏ । ଦୀପାବଳିର ଦୁଇଦିନ ପୂର୍ବରୁ ନେପାଳର ଲୋକମାନେ କାଉ ପୂଜା କରିଥାନ୍ତି । ଏହି ପୂଜାରେ ଲୋକମାନେ ସକାଳୁ ସକାଳୁ ଉଠି ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି କାଉମାନଙ୍କୁ ଖାଇବାକୁ ଦେଇଥାନ୍ତି । କାଉ ପୂଜାର ଗୋଟେ ଦିନ ପରେ ଅର୍ଥାତ ଦୀପାବଳିର ଗୋଟେ ଦିନ ପୂର୍ବରୁ କୁକୁରଙ୍କୁ ପୂଜା କରାଯାଇଥାଏ । ନେପାଳରେ ଏପରି କାଉ ଏବଂ କୁକୁରଙ୍କୁ ପୂଜା କରିବା ପଛରେ କିଛି ଧାର୍ମିକ କାରଣ ରହିଛି । ଏଠାକାର ଲୋକମାନେ ମାନିଥାନ୍ତି କି, କୁକୁର ହେଉଛି ଯମରାଜାଙ୍କର ଦୁତ ତେଣୁ କୁକୁରଙ୍କୁ ପୂଜା କଲେ ଯମରାଜ ଖୁସି ହୋଇ ବର ପ୍ରଦାନ କରିଥାନ୍ତି । ଏହି କାରଣ ପାଇଁ ନେପାଳରେ କୁକୁରମାନଙ୍କୁ ପୂଜା କରାଯାଇଥାଏ ।