ରକ୍ତହୀନତା ସହ ଶରୀରର ବଡ ବଡ ସମସ୍ୟାରୁ ମୁକ୍ତି ଦିଏ ବିଟ୍ ! ପ୍ରତିଦିନ ଖାଦ୍ୟରେ କରନ୍ତୁ ସାମିଲ୍ ।

43

ବର୍ତ୍ତମାନ ସବୁ ଋତୁରେ ବିଟ ମିଳୁଛି । ବିଟ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ବିଟରେ ଭରପୂର ମାତ୍ରରେ ଭିଟାମିନ ରହିଛି । ଏହାକୁ ଜୁସ କରି ଆପଣ ପିଇ ପାରିବେ । ବିଟ ଶରୀର ପ୍ରତିରୋଧକ କ୍ଷମତା ବଢିଥାଏ ।ତେବେ ଆସନ୍ତୁ ଜାଣିବା ଏହାର ଉପକାରୀତା ସମ୍ବନ୍ଧରେ ।

ରକ୍ତହୀନତା

ସମସ୍ତେ ଜାଣନ୍ତି ବିଟ ଶରୀରରେ ରକ୍ତର ପରିମାଣ ବଢାଇଥାଏ । ବିଟରେ ପ୍ରଚୁର ପରିମାଣରେ ଆଇରନ ରହିଛି । ଏହା ଲାଲ ରକ୍ତ କଣିକାକୁ ସକ୍ରିୟ କରେ । ରକ୍ତହୀନତା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ବିଟ ଜୁସ ଦିଅନ୍ତୁ । ପାଚନ କ୍ରିୟାକୁ ଠିକ ରଖେ।

ବିଟ ଜୁସରେ ଏକ ଚାମଚ ଲେମ୍ବୁ ରସ ମିଶାଇ ପିଇଲେ ରୋଗ ଦୂର ହୋଇଥାଏ । ଗ୍ୟାସଷ୍ଟ୍ରିକ ପାଇଁ ଏହା ମଧ୍ୟ ଲାଭଦାୟକ । ସକାଳୁ ଜଳଖିଆରେ ପ୍ରଥମେ ଏକ ଗ୍ଲାସ ବିଟ ଜୁସରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।

କୋଷ୍ଠକାଠିନ୍ୟ ଦୂର କରେ

ବିଟ ପ୍ରତିଦିନ ଖାଇବା ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ସେହିପରି ଅର୍ଶ ରୋଗୀଙ୍କ ପାଇଁ ଏହା ଉପଯୋଗୀ ।

ରୁପି ସମସ୍ୟା ଦୂର କରେ

ବିଟରେ କିଛି ଚିନି ସିରା ମିଶାଇ ରାତିରେ ଶୋଇବା ପୂର୍ବରୁ ମୁଣ୍ଡରେ ଲଗାନ୍ତୁ । ଯଦି ସିରା ମିଶାଉ ନାହାନ୍ତି ତେବେ ବିଟ ରସରେ ଅଦାକୁ ଛେଚି ମିଶାନ୍ତୁ ଓ କେଶରେ ମାଲିସ କରନ୍ତୁ । ପୁଣି ସକାଳୁ ଉଠି କେଶକୁ ଧୋଇ ଦିଅନ୍ତୁ ।

ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତଚାପ ବ୍ୟକ୍ତିଙ୍କ ପାଇଁ ବିଟ ଖାଇବା ଭଲ । ଯଦି ଆପଣ ରକ୍ତଚାପରେ ଆକ୍ରାନ୍ତ ତେବେ ୧-୧ କପ ବିଟ ଓ ଗାଜର ରସରେ ଅମୃତଭଣ୍ଡା ରସ ମିଶାନ୍ତୁ । ଏହାକୁ ପ୍ରତିଦିନ ୨ ଥର ପିଅନ୍ତୁ ।

ଷ୍ଟୋନ ସମସ୍ୟା

ବିଟକୁ ପାଣିରେ ଗରମ କରି ଏଥିରେ ରସ ସଂଗ୍ରହ କରନ୍ତୁ । ଏହାକୁ ଦିନକୁ ୩ ଥର ପିଅନ୍ତୁ । ଏହା ଲିଭର ଲାଗି ଉପଯୋଗୀ ।

ଶ୍ୱାସନଳୀ ସଫା ରଖେ

କଫ ସମସ୍ୟା ଦୂର କରି ଶ୍ୱାସ ନଳୀକୁ ସଫା ରଖେ ବିଟ । ଏଥିପାଇଁ ଡାଏଟରେ ବିଟ ଜୁସ ସାମିଲ କରନ୍ତୁ ।