ପ୍ଲାଂଟ୍ ଭିତରେ ପଶିଲା ଭାଲୁ ! କଳିଙ୍ଗନଗର ଭିିସା ଷ୍ଟିଲ୍ ପ୍ଲାଂଟରେ ଆତଙ୍କ,ନିକଟସ୍ଥ ବଡଶୂଳି ପାହାଡରୁ ଭାଲୁ ପଶି ଆସିଥିବା ସନ୍ଦେହ

14

କନକ ବ୍ୟୁରୋ: ପ୍ଲାଂଟ୍ ଭିତରେ ପଶିଲା ଭାଲୁ । କଳିଙ୍ଗନଗର ଭିିସା ଷ୍ଟିଲ୍ ପ୍ଲାଂଟରେ ଆତଙ୍କ । ଯାଜପୁର ଜିଲ୍ଲା କଳିଙ୍ଗନଗର ଭିିସା ଷ୍ଟିଲ୍ ପ୍ଲାଂଟରେ ଭାଲୁଟିଏ ପଶିଆସିଛି । ଯାହାକୁ ନେଇ ପ୍ଲାଂଟ୍ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ତେବେ ନିକଟସ୍ଥ ବଡଶୂଳି ପାହାଡରୁ ଭାଲୁଟି ପ୍ଲାଂଟ୍ ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚିଛି । ଭାଲୁଟିକୁ କାବୁ କରିବାକୁ ବନବିଭାଗ ଉଦ୍ୟମ ଚଳାଇଥିବା ଜଣାପଡିଛି ।