ସହର ଭିତରେ ଭାଲୁ : କୋରାପୁଟ ସହରରେ ୨ଟି ଭାଲୁର ରାଜ୍

26

କୋରାପୁଟ : ସହର ଭିତରେ ଭାଲୁ । ରାତି ତମାମ ସହରରେ ୨ଟି ଭାଲୁର ରାଜ୍ ।  କୋରାପୁଟ ସହରରେ ୪ଦିନ ହେଲା ଭାଲୁ ଆତଙ୍କ । ସହର ସାରା ବେଧଡକ ଢଙ୍ଗରେ ବୁଲୁଛନ୍ତି ୨ଟି ଜଙ୍ଗଲୀ ଭାଲୁ। ରାତି ତମାମ ସହରର ଗଳି କନ୍ଦିରେ ଘୁରି ବୁଲୁଛନ୍ତି ଏହି ଭାଲୁ । କୋରାପୁଟ ସହରରେ ରାସ୍ତା ଉପରେ ଚାଲି ଚାଲି ଯାଇ ଦୁଆର ଦୁଆର ବୁଲୁଛି ଭାଲୁ । ସହର ଭିତରେ ଭାଲୁର ଏପରି ଅବାଧ ପ୍ରଚଳରେ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟଲୋକେ । ଲୋକଙ୍କୁ ପଦାକୁ ବାହାରିବା ପାଇଁ ବନବିଭାଗ ବାରଣ କରିଛି ।

ଭାଲୁକୁ କାବୁ କରିବା ପାଇଁ ବନବିଭାଗ କର୍ମଚାରୀ ଓ ପୁଲିସ କର୍ମଚାରୀ ଅସମର୍ଥ ହୋଇଛନ୍ତି । ଭାଲୁକୁ କାବୁ କରିବାରେ ବିଫଳ ହୋଇଛି ବନବିଭାଗ । ଗତ ୪ଦିନ ହେଲା ଏହିପରି ଭାବରେ ସହରରେ ବୁଲି ଆତଙ୍କ ଖେଳାଇଛନ୍ତି ଏହି ଦୁଇ ଭାଲୁ। ଭାଲୁକୁ କାବୁ କରିବା ପାଇଁ ଭୁବନେଶ୍ୱରରୁ ଟ୍ରାଙ୍କୁଲାଇଜର ଟିମ୍ ଡକାଯାଇଛି। ଭାଲୁର ଗତବିଧି ଲକ୍ଷ୍ୟ କରିବା ପାଇଁ ବନ ବିଭାଗ  କୋରାପୁଟରେ ଡେରା ପକାଇଛି ।