ଓୱୈସିିଙ୍କ ଟାର୍ଗେଟରେ ମୋଦି: କହିଲେ, ପୁଲୱାମା ହମଲା ବେଳେ ବିଫ୍ ବିରିଆନୀ ଖାଇ ଶୋଇଥିଲେ ପ୍ରଧାନମନ୍ତ୍ରୀ

ଆକ୍ରମଣକୁ ନେଇ ବିଜେପି ନେତା ଦେଉଥିଲେ ଭିନ୍ନ ଭିନ୍ନ ତଥ୍ୟ; କଂଗ୍ରେସ ଓ ଗେରୁଆ ଦଳ ମଧ୍ୟରେ ନାହିଁ ପ୍ରାର୍ଥକ୍ୟ

605

କନକ ବ୍ୟୁରୋ: ପୁଲୱାମା ଆତଙ୍କୀ ହମଲା ବେଳେ ବିଫ୍ ବିରିଆନୀ ଖାଇ ଆରାମରେ ଶୋଇଥିଲେ ପ୍ରଧାନମନ୍ତ୍ରୀ । କିଛି ଏଭଳି ଶବ୍ଦରେ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୁସଲିମ୍ ନେତା ଅସଦ୍ଦୁଦ୍ଦିନ ଓୱୈସି । ହାଇଦ୍ରାବାଦରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଓୱୈସି କହିଛନ୍ତି ଯେତେବେଳେ ପୁଲୱାମାରେ ସିଆରପିଏଫ୍ ଉପରେ ଆତଙ୍କବାଦୀ ହମଲା ହେଉଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଶୋଇରହିଥିଲେ ।

ବାଲାକୋଟରେ ବାୟୁସେନା ଏୟାର୍ ଷ୍ଟ୍ରାଇକ୍ କରିବା ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ମୃତ ଆତଙ୍କୀ ସଂଖ୍ୟା ୨୫୦ କହୁଥିବା ବେଳେ ଅନ୍ୟ ନେତା ଦେଉଥିଲେ ଭିନ୍ନ ତଥ୍ୟ । ଓୱୈସି କହିଛନ୍ତି କଂଗ୍ରେସ ଓ ବିଜେପି ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ଓ ଦେଶରେ ନିରପେକ୍ଷତାକୁ ଶେଷ କରିବାକୁ ଉଦ୍ୟମ କରାଯାଉଛି ତେବେ ତାଙ୍କ ଲଢ଼େଇ ଜାରି ରହିବ । ସେହିପରି ଗୁରୁଗ୍ରାମ ସଂଖ୍ୟାଲଘୁ ପରିବାର ଉପରେ ଆକ୍ରମଣ ଘଟଣାରେ ବି ବିଜେପି ଉପରେ ବର୍ଷିଥିଲେ ଏହି ମୁସଲିମ୍ ନେତା । ଓୱୈସି ହାଇଦ୍ରାବାଦ ଆସନରୁ ଚଳିତ ନିର୍ବାଚନ ଲଢ଼ୁଛନ୍ତି ।