ଦୀର୍ଘ ସମୟ ଅଟକି ପାରେ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ !

38

ଫେଡରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ୍ ନିଜର ଦାବୀ ନେଇ ଷ୍ଟ୍ରାଇକ୍ କରିବା ପରେ ଅନେକ ସମସ୍ୟା ଦେଖାଦେଇଛି । ଫଳରେ ଅନେକ ଟିଭି ସୋ’ ଓ ଅନେକ ଫିଲ୍ମର ସୁଟିଂରେ ସଂକଟ ଦେଖାଦେଇଛି । ଏବେ ଏହି ନିର୍ମାତା ଡର ଯେ ଏହି ଷ୍ଟ୍ରାଇକ୍ ଦ୍ୱାରା ସେମାନଙ୍କର କାମ କାଳେ ଠପ୍ ହୋଇଯିବ । ଆଉ ଏବେ ଏହି ଲିଷ୍ଟରେ ଫିଲ୍ମ ‘ପଦ୍ମାବତୀ’ ରହିଛି ।

ଏପଟେ ସାରା ଦେଶ ୭୦ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ , ସେପଟେ ମୁମ୍ବାଇ ରେ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର ଚକ୍କା ଜାମ୍ ହେବା ପରିସ୍ଥିତିରେ । ପ୍ରକୃତରେ ଫେଡରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ୍ (ଏଫଡବ୍ଲୁଆସିଇ) ୧୨ ପ୍ରତିଶତ ଫିସ୍ ବଢାଇବା , କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ସୁବିଧା ଆଦି ଦେବା , ୮ଘଂଟା କାମ କରିବା ଆଦି ଅନେକ ଦାବୀକୁ ନେଇ ଅନିଶ୍ଚିତକାଳୀନ ଷ୍ଟ୍ରାଇକ୍ ଘୋଷଣା କରିଛନ୍ତି । ଏହା ଦ୍ୱାରା ଅନେକ ଟିଭି ଓ ଫିଲ୍ମ ସୁଟିଂରେ ବାଧା ଉପୁଜିପାରେ ଏବଂ ଯାହାଦ୍ୱାରା ଫିଲ୍ମ ପ୍ରଯୋଜକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ଏଫଡବ୍ଲୁଆସିଇ ଦୁଇ ବର୍ଷ ପୂର୍ବରୁ ଏହି ଦାବୀକୁ ନେଇ ଷ୍ଟ୍ରାଇକ୍ କରିଥିଲା । ସେତେବେଳେ ପ୍ରଡ୍ୟୁସର୍ସ ଓ ଆସୋସିଏଶନର ପଦାଧିକାରୀଙ୍କ ମଧ୍ୟରେ ବୁଝାମଣା ପରେ ଷ୍ଟ୍ରାଇକ୍ ସରିଥିଲା । ଏହି ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । କିନ୍ତୁ ଦୁଇ ବର୍ଷରୁ ଅଧିକ ସମୟ ବିତିଗଲା ପରେ ବି କିଛି ହୋଇନଥିଲା । ଏଫଡବ୍ଲୁଆସିଇର ପ୍ରେସିଡେଂଟ ବି.ଏନ୍ ତିୱାରୀ କହିଛନ୍ତି, ‘୨ବର୍ଷ ପୂର୍ବେ ପ୍ରଡ୍ୟୁସର୍ସଙ୍କ ସହ ହୋଇଥିବା ମିଟିଂ ରେ ଏହା ସ୍ଥିର ହୋଇଥିଲା କି ପ୍ରଥମ ବର୍ଷରେ ୧୩ ପ୍ରତିଶତ , ୨ୟ ବର୍ଷରେ ୧୨ପ୍ରତିଶତ ଓ ଏହାପରେ ପ୍ରତିବର୍ଷ ୧୧ପ୍ରତିଶତ ଫିସ୍ ବଢାଯିବ । କିନ୍ତୁ ଏବେ ସେମାନେ ନିଜ କଥାରେ ଅଟଳ ଅଛନ୍ତି । ଯାହା ସ୍ଥିର କରାଯାଇଥିଲା ସେ ସୁବିଧା କର୍ମଚାରୀଙ୍କୁ ଦିଆଗଲା ନାହିଁ । କର୍ମଚାରୀଙ୍କ କାର୍ଯ୍ୟର ସମୟ ମଧ୍ୟ ନିର୍ଦ୍ଧାରଣ କରାଗଲା ନାହିଁ । ଫଳରେ ସେମାନେ ରୋଗରେ ମଧ୍ୟ ପଡୁଛନ୍ତି । ’

ଏବେ ଏହି ଷ୍ଟ୍ରାଇକ୍ ଫଳରେ ଅନେକ ଫିଲ୍ମର କାର୍ଯ୍ୟରେ ବି ପ୍ରଭାବ ପଡିଛି । ଯଦି ଏହା ଜାରି ରହେ ତ ଶାହାରୁଖ୍ ଖାନଙ୍କ ଆନନ୍ଦ ଏଲ୍ ରାୟ ନିର୍ଦ୍ଦେଶିତ ଫିଲ୍ମ , ସଂଜୟ ଲୀଳା ଭଂସାଲୀଙ୍କ ‘ପଦ୍ମାବତୀ’ , ଜନ୍ ଆବ୍ରାହମଙ୍କ ‘ପରମାଣୁ’ ଓ ଅମିତାଭ ବଚ୍ଚନଙ୍କ ଗେମ୍ ସୋ’ ‘କୈାନ ବନେଗା କରୋଡପତି ୯ ’ ଉପରେ ଷ୍ଟ୍ରାଇକ୍ ର ପ୍ରଭାବ ପଡିପାରେ ।