ଧୂଆଁ କାରଣରୁ ଲୋକଙ୍କ ଅବସ୍ଥା ହେଉଛି ଗମ୍ଭୀର, ଆଖି ଓ ନାକରୁ ବାହାରୁଛି ରକ୍ତ

92

ଧୂଆଁ କାରଣରୁ ଲୋକଙ୍କ ନାକରୁ ବହାରୁଛି ରକ୍ତ । କେବଳ ନାକ ହି ନୁହେଁ ବରଂ ଲୋକଙ୍କ ଆଖିରୁ ବି ରକ୍ତ ବହୁଛି । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମାମଲା ଦିଲ୍ଲୀର ନୁହେଁ ବରଂ ବ୍ୟାଙ୍କକ, ଯେଉଁଠି ଲୋକଙ୍କୁ ଧୂଆଁ କାରଣରୁ ଆଖି ଓ ନାକରୁ ରକ୍ତ ବହୁଛି । କେବଳ ଏତିକି ହିଁ ନୁହେଁ ବରଂ ଏହି ବିଷାକ୍ତ ଗ୍ୟାସ ପିଏମ୍ ୨.୫କୁ ଏତେ ମାତ୍ରାରେ ଦୂଷିତ କରିଦେଇଛିକୁ ଲୋକଙ୍କ ଫୁସଫୁସ ଉପରେ ଖରାପ ପ୍ରଭାବ ପଡୁଛି ।

ଏହି ସହରରେ ମଣିଷ ସହିତ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ଉପରେ ବି ଖରାପ ପ୍ରଭାବ ଦେଖିବାକୁ ମିଳୁଛି । ବିଶେଷଜ୍ଞଙ୍କ କହିବାନୁସାରେ, ଗାଡି, ସହରରେ ଧୂଳି କାମ, ଜମିକୁ ପୋଡିବା ଏବଂ ସହରରେ ବିକ୍ରି ହେଉଥିବା ଷ୍ଟ୍ରିଟ୍ ଫୁଡର ଧୂଆଁ କାରଣରୁ ସାରା ବ୍ୟାଙ୍କକ ଦୂଷିତ ହୋଇସାରିଛି । ଏହି ସହରର ଅବସ୍ଥା ଅତି ଖରାପ ହୋଇଯାଇଛି । ପୁରା ସହର ଛିଙ୍କ ଓ କାଶରୁ ରକ୍ତ ବାହାରୁଥିବା କାରଣରୁ ଅସୁବିଧାରେ ଅଛନ୍ତି । ମୁହଁରେ ମୁଖା ଲଗାଇବା ପରେ ମଧ୍ୟ ଆଖିରୁ ରକ୍ତ ବାହାରୁଛି ।

ବ୍ୟାଙ୍କକର ଜଣେ ବ୍ୟକ୍ତିଙ୍କ କହିବାନୁସାରେ, ଦୁଇ ଦିନ ପୂର୍ବରୁ ତାଙ୍କ ନାକରେ ଶ୍ୱାସ ନେଲାବେଳେ ଯନ୍ତ୍ରଣା ହେଲା । ସାରା ରାତି ଛିଙ୍କ ଆସିଲା ଓ ସକାଳ ହେବା ପର୍ଯ୍ୟନ୍ତ ଅବସ୍ଥା ସଂପୂର୍ଣ୍ଣ ଖରାପ ହୋଇସାରିଥିଲା । ବିଷାକ୍ତ ଧୂଆଁ କାରଣରୁ ଲଗାତାର ୩ଦିନ ପର୍ଯ୍ୟନ୍ତ ବାନ୍ତି ଓ କାଶରେ ରକ୍ତ ପଡୁଥିବାର ଅଭିଯୋଗ ମଧ୍ୟ ଆସିଛି । ଥାଇଲାଣ୍ଡ ସରକାର ଏହି ବିଷାକ୍ତ ପବନ ପାଇଁ ସହରର ୪୩୯ଟି ସ୍କୁଲକୁ ବନ୍ଦ କରିଦେଇଛନ୍ତି । ଧୂଆଁକୁ କମ୍ କରିବା ପାଇଁ ପ୍ରତିଦିନ ଡ୍ରୋନ୍ସର ସହାୟତାରେ ପାଣି ଛିଂଚାଯାଉଛି । କିନ୍ତୁ ବ୍ୟାଙ୍କକରେ ଧୂଆଁ କମିବାର ନାଁ ନେଉନି । ଆସ୍ଥମା ରୋଗୀଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଉଛି ।