ଚାକିରି କରୁଛନ୍ତି କି ? ଆପଣାନ୍ତୁ ୫ଟି ଟିପ୍ସ, ଦିନସାରା ତାଜା ଅନୁଭବ କରିବେ . . .

58

ଆଜିକାଲି ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ କର୍ମଜୀବି । ଖାଲି ବସି ନରହି ସମସ୍ତେ କିଛି ନାଁ କିଛି କାମ କରିବା ପାଇଁ ପସନ୍ଦ କରୁଛନ୍ତି । ତେବେ କର୍ମବ୍ୟସ୍ତତା ମଧ୍ୟରେ ଅନେକ ଲୋକ ନିଜର ଧ୍ୟାନ ନେବାକୁ ଭୁଲିଯାଉଛନ୍ତି । ଘର ଓ ଅଫିସ କାମ ମଧ୍ୟରେ ଅନେକ ତ୍ୱଚା ପ୍ରତି ଧ୍ୟାନ ଦେବାକୁ ଭୁଲି ଯାଆନ୍ତି । ନିଜର ଧ୍ୟାନ ନେବା ପାଇଁ ସମୟ ମିଳିନଥାଏ । କିନ୍ତୁ କିଛି ସହଜ ବ୍ୟୁଟି ଟିପ୍ସ ଆପଣାଇବା ଦ୍ୱାରା ଆପଣ ଦିନସାରା ଫ୍ରେସ ରହିବା ସହିତ ସତେଜ ଦେଖାଯିବେ । ଆସନ୍ତୁ ଜାଣିବା ଏହି ୫ଟି ଟିପ୍ସ ବିଷୟରେ ଯାହା ଆପଣଙ୍କୁ ଏକ ଫ୍ରେସ ଲୁକ ଦେବ ।

କେଶକୁ ସୁଖାଇବା ପାଇଁ ଟି-ସାର୍ଟ ବ୍ୟବହାର କରନ୍ତୁ – ସକାଳୁ ଅଫିସ ଯିବା ବେଳେ ଯଦି ଆପଣ ଚିନ୍ତାରେ ଅଛନ୍ତି କି ଆପଣଙ୍କ କେଶ ଶୀଘ୍ର ସୁଖୁନାହିଁ ତେବେ ବ୍ଲୋ-ଡ୍ରାୟ ବଦଳରେ କଟନ ଟି-ସାର୍ଟର ବ୍ୟବହାର କରନ୍ତୁ । ଏକଥା ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ କିନ୍ତୁ ଏହା ସତ । ତଉଲିଆ ତୁଳନାରେ କଟନ ଟି-ସାର୍ଟ କେଶକୁ ଶୀଘ୍ର ସୁଖାଏ ।

ବହଳିଆ ଆଖିପତା ପାଇଁ – ଆପଣଙ୍କର ଆଖିର ପତା ପତଳା କି ? ଏଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ । ଆଖି ପତାକୁ ମୋଟା ଦେଖାଇବା ପାଇଁ ମସ୍କରା ଲଗାଇବା ପୂର୍ବରୁ ଆଖିପତାରେ ବେବି ପାଉଡର ଲଗାନ୍ତୁ । ଏହାପରେ ମସ୍କରାର ଦୁଇ ତିନି କୋଟ ଲଗାନ୍ତୁ ଏହା କରିବା ଦ୍ୱାରା ଆଖିପତା ବହଳିଆ ଦେଖାଯିବ ।

ଝାଳର ଦୁର୍ଗନ୍ଧ – ଯଦି ଫ୍ରେସ ରହିବା ପାଇଁ ଆପଣ ଦିନକୁ ୨-୪ ଥର ଡିୟୋଡ୍ରେଂଟର ସାହାରା ନେଉଛନ୍ତି ତେବେ ଏହି ଉପାୟ ଛାଡି ବେକିଙ୍ଗ୍ ସୋଢାର ବ୍ୟବହାର କରନ୍ତୁ । ସକାଳୁ ଅଫିସକୁ ବାହାରିବା ସମୟରେ କାଖରେ କିଛି ବେକିଙ୍ଗ୍ ସୋଢା ଲଗାନ୍ତୁ । ଏହା କରିବା ଦ୍ୱାରା ଆପଣ ଦିନସାରା ଝାଳର ଦୁର୍ଗନ୍ଧରୁ ଦୂରରେ ରହିପାରିବେ ।

ନାଲି ବ୍ରଣ ଦୂର ପାଇଁ – ଖରାରେ ରହିବା ଦ୍ୱାରା ଯଦି ତ୍ୱଚାରେ ନାଲି ବ୍ରଣ ଦେଖାଯାଏ ତେବେ ଏହାକୁ ଦୂର କରିବା ପାଇଁ ତ୍ୱଚାରେ ବରଫ ଘସନ୍ତୁ । ଏହା କରିବା ଦ୍ୱାରା ଶୀଘ୍ର ନାଲି ବ୍ରଣ ଦୂର ହୋଇଥାଏ । ଏହା ବ୍ୟତିତ ତ୍ୱଚାକୁ ଅଧିକ ଦୃଢ କରିବା ପାଇଁ ମଧ୍ୟ ଆଇସ କ୍ୟୁବ ସାହାଯ୍ୟ କରିଥାଏ ।

ଥକି ଯାଇଥିବା ଆଖିକୁ ଦିଅନ୍ତୁ ଫ୍ରେସ ଲୁକ – ଅଫିସରେ ଅଧିକ ସମୟ ଧରି କମ୍ପ୍ୟୁଟରରେ କାମ କରିବା ଦ୍ୱାରା କିମ୍ବା ବିଳମ୍ବରେ ଶୋଇବା ଦ୍ୱାରା ଯଦି ଆପଣଙ୍କ ଆଖି ଥକିବା ପରି ଲାଗୁଛି ତେବେ ଆଖିର ତଳ ଭାଗରେ ଧଳା କଜଳ ଲଗାନ୍ତୁ । ଏହା ପରେ ଆଖିର ଉପର ପତାରେ ବ୍ରାଉନ କଜଳ କିମ୍ବା ଲାଇନର ଲଗାନ୍ତୁ ।