ଜାଣନ୍ତୁ କେତେ ଉପକାରୀ ମାତ୍ର ଚିମୁଟାଏ ଲୁଣ ! ତ୍ୱଚାକୁ ସଫା କରିବା ସହ ଆଣିଥାଏ ଚମକ

66

ଲୁଣ ଆମର ଖାଦ୍ୟରେ ସ୍ୱାଦ ବଢାଇଥାଏ । ଏହା ସହ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଏକଥା ମଧ୍ୟ ସମସ୍ତେ ଜାଣନ୍ତି । କିନ୍ତୁ ତ୍ୱଚାକୁ ସଫା କରିବା ସହ ଚମକ ଆଣିବାରେ ଲୁଣର ଭୂମିକା କଣ ରହିଛି ପ୍ରାୟ କେହି ଜାଣନ୍ତି ନାହିଁ । ଏବେ ନଜର ପକାନ୍ତୁ ସୌନ୍ଦର୍ଯ୍ୟ ପାଇଁ ଲୁଣକୁ କେମିତି କରିବେ ବ୍ୟବହାର ।

• ଏକ ଚାମଚ୍ ମହୁ ସହ ଚିମୁଟାଏ ଲୁଣ ମିଶାଇ ଚେହେରାରେ ଲଗାନ୍ତୁ । ୧୦ ମିନିଟ୍ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି ନିୟମିତ କଲେ ଚେହେରାରେ ଟ୍ୟାନ୍ ପଡିଥିଲେ ହଟିଯିବ ।

• ଦୁଇ ଚାମଚ୍ ଛତୁଆ ଗୁଣ୍ଡ ସହ ଚିମୁଟାଏ ଲୁଣ , ୬ବୁନ୍ଦା ଲେମ୍ବୁ ରସ ଏବଂ ୫ ବୁନ୍ଦା ବାଦାମ ତେଲ ମିଶାନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ ୫ ମିନିଟ୍ ପରେ ଧୋଇ ଦିଅନ୍ତୁ ।

• ୭ ଚାମଚ୍ ବାଦାମ ତେଲ ସହ ୧୨ ଚାମଚ୍ ଲୁଣ ମିଶାଇ ମୁହଁରେ ସ୍କ୍ରବ୍ ପରି ବ୍ୟବହାର କରନ୍ତୁ । ଏପରି ନିୟମିତ କଲେ ବ୍ରଣ, ମୃତ କୋଷ, ବ୍ଲାକ୍ ହେଡ୍ ଏବଂ ହ୍ୱାଇଟ୍ ହେଡରୁ ମୁକ୍ତି ମିଳିଥାଏ ।