ଇଭାଙ୍କା ଟ୍ରମ୍ପଙ୍କ ମନ ଜିଣିଲେ ବିହାରର ଜ୍ୟୋତି କୁମାରୀ : ଟ୍ୱିଟରରେ ଜ୍ୟୋତିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତିଙ୍କ ଝିଅ, ସାଇକେଲରେ ବାପାଙ୍କୁ ବସାଇ ହରିଆଣାରୁ ବିହାର ଆସିଥିଲେ ୧୫ବର୍ଷୀୟା ନାବାଳିକା

1,299

କନକ ବ୍ୟୁରୋ : ତାଲାବନ୍ଦ ଯୋଗୁଁ ଆହତ ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗାକୁ ନେଇଥିବା ଜ୍ୟୋତି କୁମାରୀ ଏବେ ଚର୍ଚ୍ଚାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଟୁଇଟ୍ କରି ଜ୍ୟୋତି କୁମାରୀଙ୍କୁ ପ୍ରଶଂସା କରିଛନ୍ତି । ଇଭାଙ୍କା ଟ୍ୱିଟ କରି ଜ୍ୟୋତି କୁମାରୀଙ୍କ କାହାଣୀକୁ ସେୟାର କରିବା ସହ ଭାରତୀୟ ସହନଶୀଳତାକୁ ପ୍ରଶଂସା କରିଛନ୍ତି ।

ଟ୍ୱିଟରରେ ଇଭାଙ୍କା ଲେଖିଛନ୍ତି, ୧୫ ବର୍ଷିୟ ଜ୍ୟୋତି କୁମାରୀ ନିଜ ଆହତ ପିତାଙ୍କୁ ସାଇକେଲରେ ବସାଇ ସାତ ଦିନ ଯାତ୍ରା କରି ନିଜ ଗାଁରେ ପହଂଚିଛନ୍ତି । ଏହା ଭାରତୀୟଙ୍କ ଧୈର୍ଯ୍ୟ ଓ ଅଗାଧ ପ୍ରେମର ପରିଚୟ । ଭାରତର ପାରିବାରିକ ସଂପର୍କ ସାରା ବିଶ୍ୱକୁ , ବିଶେଷ କରି ୟୁରୋପ ଓ ଆମେରିକାର ଲୋକଙ୍କୁ ବେଶ ଆକର୍ଷିତ କରିଥାଏ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ଯିଏ ଭାରତୀୟ ପରିବାରର ଏକ ଝଲକ ଦେଖି ଗଦ ଗଦ ହୋଇପଡିଛନ୍ତି ।