ରାହୁଲଙ୍କ ପଛରେ ସୁନ୍ଦରୀ ଦିବ୍ୟାଙ୍କ ହାତ ! ସୋସିଆଲ ମିଡିଆରେ ଯୁବ କଂଗ୍ରେସ ନେତ୍ରୀ ବିଜେପିକୁ କରୁଛନ୍ତି ଘାଇଲା

81

ଗତ କିଛିଦିନ ହେବ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା ଦେଖିବାକୁ ମିଳିଛି । ମୋଦି ସରକାରଙ୍କୁ ଆକ୍ରମଣ କରିବା ପାଇଁ ବିଭିନ୍ନ ଉପାୟ ଖୋଜୁଛି କଂଗ୍ରେସ । କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ରାହୁଲ ଗାନ୍ଧୀଙ୍କ ଟ୍ୱିଟ କିଏ କରିଥିଲା ତାର ଉତ୍ତର ଆପଣ ଜାଣିବାକୁ ଚାହୁଁଛନ୍ତି କି ? ତେବେ ଏଉତ୍ତର ଆପଣଙ୍କୁ ଶୀଘ୍ର ମିଳିଯିବ ।

ଦିବ୍ୟା ସ୍ପନ୍ଦନା। ଦକ୍ଷିଣ ଭାରତୀୟ ଏହି ଅଭିନେତ୍ରୀ ଜଣକ ଏବେ କଂଗ୍ରେସ ପାଇଁ ବେଶ ଦରକାରୀ । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏହି ଦକ୍ଷିଣୀ ଅଭିନେତ୍ରୀ ଜଣକ ବେଶ ସ୍ୱତନ୍ତ୍ର ହୋଇଛନ୍ତି । କେବଳ ରାହୁଲ ନୁହନ୍ତି କଂଗ୍ରେସରେ ତାଙ୍କ ଉପସ୍ଥିତି ଅତ୍ୟନ୍ତ ଜରୁରୀ ହୋଇପଡିଛି । ସୋସିଆଲ ମିଡିଆରେ କଂଗ୍ରେସର ସକ୍ରିୟ ରହିବା ପଛରେ ରହିଛି ଦିବ୍ୟାଙ୍କ ହାତ । ସୋସିଆଲ ମିଡିଆରେ କଂଗ୍ରେସ କ୍ରେଜକୁ ଆଗକୁ ନେବାରେ ତାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।
ନିକଟରେ ରାହୁଲଙ୍କ ଭାଷଣ ଉପରେ ‘‘ବିକାଶ ପାଗଳ ହୋଇଯାଇଛି” ଶୀର୍ଷକରେ ଏକ ଟିପ୍ପଣୀ କୁଆଡେ ଭାରି ଜୋରରେ ଭାଇରାଲ ହୋଇଥିଲା। ଯାହାର ଶ୍ରେୟ ଯାଉଛି ଦିବ୍ୟାଙ୍କୁ। ଦିବ୍ୟାଙ୍କ ଦ୍ୱାରା ସୋସିଆଲ ମିଡିଆ ରେ କଂଗ୍ରେସ ଆଗକୁ ବଢୁଛି ବୋଲି ଚର୍ଚ୍ଚା ହେଉଛି । ଗୁଜରାଟ ନିର୍ବାଚନରେ ସୋସିଆଲ ମିଡିଆ ଗୁରୁତ୍ୱପୂର୍ଣ୍ଣ ନେବ ବେଂ କଂଗ୍ରେସ ଏହି ଦାୟିତ୍ୱ ଦିବ୍ୟା ନିଭାଇବେ ବୋଲି କୁହାଯାଉଛି । ଯାହା ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ନିର୍ବାଚନରେ କଂଗ୍ରେସ ପାଇଁ ଲାଭଦାୟକ ହେବ ବୋଲି ଚର୍ଚ୍ଚା ହେଉଛି।

ମାଆ କଂଗ୍ରେସ ଜଡିତ ଥିବାରୁ ଅଭିନେତ୍ରୀ ଦିବ୍ୟା ୨୦୧୨ରେ ଦଳରେ ସାମିଲ ହୋଇଥିଲେ। ୨୦୧୩ରେ କର୍ଣ୍ଣାଟକର ଏକ ଲୋକସଭା ଆସନରୁ ଉପନିର୍ବାଚନ ଜିତି ସାଂସଦ ହୋଇଥିଲେ । ସେ ସାଂସଦ ଥିବା ସମୟରେ ଏକଦା ପାକିସ୍ଥାନ ଯାଇଥିଲେ । ସେଠାର “ପାକିସ୍ଥାନ ଭଲ, ନର୍କ ନୁହେଁ” ବୋଲି ମନ୍ତବ୍ୟ ଦେଇ ଦିବ୍ୟା ଚର୍ଚାରେ ଥିଲେ । ଆଉ ଖାସ ସେଥିପାଇଁ ସୋସିଆଲ ମିଡିଆରେ ଗୁଜୁରାଟ ନିର୍ବାଚନର ପ୍ରଚାର ଓ ପ୍ରସାର ଦାୟିତ୍ୱ ଦିବ୍ୟାଙ୍କୁ ଦିଆଯାଇଛି ।ତେବେ ଭୋଟ ଗଣତି ପରେ ଜଣାପଡିବ ଦିବ୍ୟାଙ୍କ ଯାଦୁ କାମ କରୁଛି କି ନାହିଁ ।