ଦଲାଲଙ୍କ କବଜାରେ ସୌନ୍ଦର୍ଯ୍ୟମୟ ଚିଲିକା । ବେଉସା ହରାଇବା ଚିନ୍ତାରେ ମତ୍ସ୍ୟଜୀବୀ

40

କନକ ବ୍ୟୁରୋ : ସୌନ୍ଦର୍ଯ୍ୟମୟ ଚିଲିକା ଉପରେ ଦଲାଲଙ୍କ ନଜର । ଚିଲିକାକୁ ଅଣମତ୍ସ୍ୟଜୀବୀମାନେ ନିଜ ଅକ୍ତିଆରକୁ ନେଇଯାଇଥିବା ବେଳେ ପେଟପାଟଣା ଚିନ୍ତାରେ ପୁରୀ ଜିଲ୍ଲା କଣାସ ବ୍ଲକର ମତ୍ସ୍ୟଜୀବୀ । ଦଲାଲମାନେ ଚିଲିକାକୁ ଜବରଦଖଲ କରି ଚିଙ୍ଗୁଡି ଘେରି କରିବା ଫଳରେ ମାଛମାରିବାକୁ ଯାଇପାରୁନାହାନ୍ତି କୌଳିକ ବୃତ୍ତିକୁ ଆପଣେଇଥିବା ମତ୍ସ୍ୟଜୀବୀ । କେବଳ ଚିଙ୍ଗୁଡି ଘେରି ନୁହେଁ ବିଭିନ୍ନ ସହରର ବର୍ଯ୍ୟବସ୍ତୁ ବିଭିନ୍ନ ନଦୀ ଦେଇ ଚିଲିକାରେ ମିଶିବାରୁ ପାଣି ଦୂଷିତ ହେବା ସହ ମାଛ ଉତ୍ପାଦନ କମୁଥିବା ଅଭିଯୋଗ ହୋଇଛି ।

ଚିଲିକାରେ ଅଣମତ୍ସଜୀବୀଙ୍କ ପ୍ରାର୍ଦୁଭାବ ବଢୁଥିବା ବେଳେ ଶହ ଶହ ବର୍ଷ ଧରି ଏହା ଉପରେ ନିର୍ଭର କରୁଥିବା ମତ୍ସଜୀବୀ ଏବେ ଚିନ୍ତାରେ ପଡିଛନ୍ତି । ଅଣମତ୍ସଜୀବୀଙ୍କୁ ଲିଜ ଦିଅ।ଯାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଚିଲିକା ମତ୍ସଜୀବୀ ମହାସଂଘ ଅଭିଯୋଗ କରିଛି । ତେବେ ମତ୍ସଜୀବୀଙ୍କ ସମସ୍ୟାର ତଦନ୍ତ କରି ପଦକ୍ଷେପ ନିଅ।ଯିବାର ପ୍ରତିଶୃତି ଦେଇଛନ୍ତି କଣାସ ବିଡିଓ । ମତ୍ସଜୀବୀଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା,ହେଲେ ସେମ।ନଙ୍କର ମୈାଳିକ ସମସ୍ୟା ପ୍ରତି ଦୁଷ୍ଟି ଦିଆଯାଉନଥିବା ଅଭିଯୋଗ ହେଉଛି ।