ଧ୍ୱଜାବତରଣର ଧୁନ୍ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଜାତୀୟ ପତାକା ଅବତରଣ

43

କନକ ବ୍ୟୁରୋ : ଦିଲ୍ଲୀ ରାଜପଥରେ ଆଜି ଅନୁଷ୍ଠିତ ହେଇଛି ଧ୍ୱଜାବତରଣ ସମାରୋହ । ଏହି ସମାରୋହରେ ସାମିଲ ହୋଇଛନ୍ତି ତିନି ବାହିନୀର ୧୬ ପ୍ଲାଟୁନ୍ ଯବାନ । ଏହି ସମାରୋହରେ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ପ୍ରଧାନମନ୍ତ୍ରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମାପନ ସମାରୋହରେ ଉପସ୍ଥିତ ଅଛନ୍ତି ।

ଶନିବାର ସଂଧ୍ୟାରେ ରଙ୍ଗୀନ୍ ହୋଇ ଉଠିଥିଲା ଦିଲ୍ଲୀର ରାଜପଥ । ବିଟିଂ ରିଟ୍ରିଟ୍ ବା ଧ୍ୱଜା ଅବତରଣ ସମାରୋହ ପାଇଁ ବେଶ୍ ଚଳଚଂଚଳ ଥିଲା ରାଜଧାନୀ ଦିଲ୍ଲୀର ରାଜପଥ । ସାଧାରଣତନ୍ତ୍ର ଦିବସର ଶେଷ ପର୍ଯ୍ୟାୟ ଭାବେ ଜଣାଶୁଣା ଏହି ସମାରୋହରେ ଜାତୀୟ ପତାକାକୁ ଅବତରଣ କରାଯାଇଛି । ଏହି ଅବସରରେ ସେନାର ୧୬ଟି ବ୍ୟାଣ୍ଡ ପାର୍ଟି ପାରମ୍ପରିକ ଧୁନ୍ ପରିବେଷଣ କରିଥିଲେ । ଭଳିକି ଭଳି ଟ୍ରାକରେ ନିଜର କମାଲ ଦେଖାଇଥିଲେ ସେନାର ବୀର ଯବାନ । ସାଧାରଣତନ୍ତ୍ର ଦିବସର ଶେଷ ପର୍ଯ୍ୟାୟକୁ କୁହାଯାଏ ବିଟିଂ ରିଟ୍ରିଟ୍ । ଏହି ସମାରୋହରେ ପୁରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅବତରଣ ହୁଏ ତ୍ରିରଙ୍ଗା ।