ଖାଦ୍ୟ ସଂଗ୍ରହ ପାଇଁ ଆସିଥିବା ହେଟା ହେଲା ଲୋକଙ୍କ ରୋଷର ଶିକାର: ବାଲିପାଟଣା ଆମ୍ବଡିହରେ ହେଟାକୁ ପିଟି ମାରିଲେ ଗାଁ ଲୋକେ

35

କନକ ବ୍ୟୁରୋ: ହେଟାବାଘକୁ ପିଟିପିଟି ମାରିଦେଲେ ଲୋକେ । ଖାଦ୍ୟ ସନ୍ଧାନରେ ଜନବସତି ମୁହାଁ ହୋଇଥିବା ହେଟାବାଘ ହେଲା ଲୋକଙ୍କ ରୋଶର ଶିକାର । ବାଲିପାଟଣା ଥାନା ଆମ୍ବଡିହ ନିକଟରେ ଏକ ହେଟାବାଘକୁ ଶତାଧିକ ଲୋକେ ପିଟିପିଟି ମାରିଦେଇଛନ୍ତି । ମୃତ ହେଟା ବାଘର ଉଚ୍ଚତା ଦେଢରୁ ଦୁଇ ଫୁଟ ହେବ ।

ହେଟାବାଘଟି ସ୍ଥାନୀୟ ଅଂଚଳରେ ଏକ ଛେଳିକୁ ମାରିବା ପରେ କେତେକ ଚାଷୀ ଓ ମହିଳାଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲା । ଏଥିରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଥିଲା । ଶତାଧିକ ଲୋକ ଏକାଠି ହୋଇ ହେଟାବାଘକୁ ପିଟିପିଟି ମାରିଦେଇଛନ୍ତି । ଖବର ପାଇ ବାଲିପାଟଣା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହେଟା ବାଘଟିର ଶବ ଜବତ କରି ବାଳକାଟି ସ୍ଥିତ କାର୍ଯ୍ୟାଳୟକୁ ନେଇଥିଲେ ।

ଆମ୍ବଡିହ ନିକଟରେ ଏକ କିଆଁବୁଦା ନିକଟରେ ଲୁଚି ରହିଥିଲା ହେଟାବାଘ । ପ୍ରଥମେ ଏକ ଛେଳିକୁ ମାରି ଖାଇଦେବା ସହ ସେଇ ରାସ୍ତା ଦେଇ ଯାଉଥିବା ମହିଳା ଓ ଚାଷୀଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲା । ତେବେ ସେମାନେ ଖସିଯିବା ପରେ ଗାଁରେ ଏହି ଖବର ପ୍ରଚାର ହୋଇଥିଲା । ପରେ ଲୋକେ ଏକତ୍ରିତ ହୋଇ ହେଟାକୁ ଆକ୍ରମଣ କରି ମାରିଦେଇଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :