ବାଘ ଓ ଭାଲୁ ଭିତରେ ଭୀଷଣ ଯୁଦ୍ଧ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

178

ବାଘ ଅନ୍ୟ ପଶୁପକ୍ଷୀଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଥାଏ । ଅନ୍ୟ ଜୀବଜନ୍ତୁ ବାଘର ବଶ୍ୟତା ସ୍ୱୀକାର କରନ୍ତି । ତେବେ ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିବା ଭିଡ଼ିଓରେ କିନ୍ତୁ କିଛି ଅଲଗା ଦେଖିବା ପାଇଁ ମଳିଛି । ବାଘ ଓ ଭାଲୁ ମଧ୍ୟରେ ହୋଇଥିବା ଭୀଷଣ ଯୁଦ୍ଧର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛିି ।

ବାଘ ଓ ଭାଲୁ ଭିତରେ ହୋଇଛି ଭୀଷଣ ଯୁଦ୍ଧ । ନାଗପୁର ଜିଲ୍ଲାର ଚନ୍ଦ୍ରାପୁରର ତାଡୋବା ଜାତୀୟ ଉଦ୍ୟାନରେ ଭାଲୁ ଓ ବାଘ ମଧ୍ୟରେ ଏହି ଭୟଙ୍କର ଯୁଦ୍ଧ ଦେଖିବା ପାଇଁ ମିଳିଛି । ଭିଡ଼ିଓରେ ଦେଖିବା ପାଇଁ ମିଳିଛି କେହି କାହାଠୁ କମ ନୁହଁନ୍ତି । ଉଭୟେ ଉଭୟଙ୍କ ଉପରେ କରୁଛନ୍ତି ଜୋରଦାର ଆକ୍ରମଣ । ତାଡୋବାର ଦଙ୍ଗସର ଜାମୁନବୋଡୀ ଗ୍ରାମ ନିକଟରେ ଥିବା ଏକ ପୋଖରୀ କୂଳରେ ପାଖାପାଖି ୭ ମିନିଟ ଧରି ଦୁହେଁ ଦୁହିଁଙ୍କ ମଧ୍ୟରେ ଚାଲିଥିଲା ଘମାଘୋଟ ଲଢ଼େଇ ।

ବାଘ ନିଜର ମୁନିଆ ଦାନ୍ତରେ ଭାଲୁକୁ ଆକ୍ରମଣ କରୁଥିବା ବେଳେ ଭାଲୁ ତା ଜବାବରେ ନଖ ସାହାଯ୍ୟରେ ପ୍ରତ୍ୟାକ୍ରମଣ କରିଛି । ସେହି ସ୍ଥାନରେ ଅନ୍ୟ ଏକ ଭାଲୁ ଥିଲେ ବି ଏହି ଲଢ଼େଇରୁ ସେ ଦୂରେଇ ରହିଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ଦୁହେଁ ଗଭୀର ରୂପରେ ଆଘାତ ହୋଇଥିଲେ ମଧ୍ୟ ହାର ମାନି ନଥିଲେ । ଶେଷରେ ଭାଲୁର ଆକ୍ରମଣରେ ବାଘ ମୈଦାନ ଛାଡି ଚାଲି ଯିବାକୁ ବାଧ୍ୟ ହୋଇଥିଲା । ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓକୁ କିଛି ଲୋକ ରେସଲିଙ୍ଗ କହୁଛନ୍ତି ତ ଆଉ କିଛି ଅନ୍ୟ ନାଁ ଦେଉଛନ୍ତି ।