ଜୟପୁର କୁସୁମପୁଟରେ ଭାଲୁ ଆତଙ୍କ : ଗାଁକୁ ପଶିଲେ ମା’ ସହ ୨ ଛୁଆ ଭାଲୁ

21

ଜୟପୁର : ଜୟପୁର ନିକଟ କୁସୁମପୁଟ ଗାଁରେ ଭାଲୁ ଆତଙ୍କ । ଗାଁ ଭିତରକୁ ପ୍ରବେଶ କରିଛନ୍ତି ଗୋଟିଏ ମା’ ସହ ଦୁଇଟି ଛୁଆ ଭାଲୁ । ଗ୍ରାମବାସୀଙ୍କୁ କୌଣସି କ୍ଷତି ପହଂଚାଇ ନଥିଲେ ମଧ୍ୟ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଗାଁଲୋକେ ରାତି ଅନିଦ୍ରା ରହି ଭାଲୁ ଘୋଉଡାଇବାରେ ଲାଗିପଡିଥିଲେ । ବନବିଭାଗ ମଧ୍ୟ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହ ମିଶି ଭାଲୁ ଘୋଉଡାଇଥିଲା । ବନବିଭାଗ କର୍ମଚାରୀ ଡାକବାଜି ଯନ୍ତ୍ରସାହାଯ୍ୟରେ ଗାଁଲୋକଙ୍କୁ ସତର୍କ କରାଇଥିଲେ । ଟାୟାର ଜାଳିବା ସହ ନିଆଁ ହୁଳା ନେଇ ଭାଲୁକୁ ଘୋଉଡାଇଥିଲେ ଗାଁଲୋକେ ଓ ବନବିଭାଗ କର୍ମଚାରୀ ।