ଭାଲୁଙ୍କ ଭକ୍ତିଭାବ ! ମନ୍ଦିରରେ ଆରତୀ ହେଲେ ଦେବୀଦର୍ଶନ ପାଇଁ ଆସନ୍ତି ଭାଲୁ।

88

ଭାରତରେ ଏଭଳି ରୋମାଞ୍ଚକର ଘଟଣା ଘଟିଥାଏ ଯାହାକୁ ବିଶ୍ୱାସ କରିବା କଠିନ ହୋଇଥିଲେ ହେଁ ଏହାହିଁ ସତ ହୋଇଥାଏ । ଭାରତୀୟମାନେ ଆଧ୍ୟାତ୍ମିକ କ୍ଷେତ୍ରରେ ଯେତେ ଉଦ୍ଧ୍ୱର୍ରେ ଥାନ୍ତି ଏଠାକାର ପଶୁପକ୍ଷୀ ମଧ୍ୟ ଆଧ୍ୟାତ୍ମିକ ଦିଗରେ ଆଗରେ ଥାନ୍ତି । ତେବେ ଏଭଳି ଏକ ରୋମାଞ୍ଚକର ସ୍ଥାନ ହେଉଛି ଘୁଞ୍ଚାପାଲୀର ଚଣ୍ଡୀ ମନ୍ଦିର ।

ଏହି ମନ୍ଦିରରେ ଆରତୀ ସମୟରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳୀ ଲାଗିଥାଏ ଏବଂ ଭକ୍ତଙ୍କ ସହ ଜଙ୍ଗଲୀ ଭାଲୁଙ୍କ ଦଳ ମଧ୍ୟ ମା’ଙ୍କ ଆରତୀ ସମୟରେ ମନ୍ଦିରକୁ ଚାଲିଆସନ୍ତି । ବଡ ଅଜବ କଥା, ଭକ୍ତଙ୍କୁ କୌଣସି ଅସୁବିଧାରେ ନ ପକାଇ ଏହି ଭାଲୁ ଦଳ ସେମାନଙ୍କ ଠାରୁ ପ୍ରସାଦ ଏବଂ ଥଣ୍ଡାପାନୀୟ ପିଇଥାନ୍ତି । ଭକ୍ତମାନେ ମଧ୍ୟ ମା’ଙ୍କ କୃପା ଭାବି ଭାଲୁଙ୍କୁ ପ୍ରସାଦ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ଖାଇବାକୁ ଦେଇଥାନ୍ତି । ଏହି ଭାଲୁମାନେ କେବଳ ସନ୍ଧ୍ୟା ଆରତୀ ସମୟରେ ଏହି ମନ୍ଦିରରେ ଦେଖାଯାଆନ୍ତି ।

 

ଏହି ମନ୍ଦିର ଏକ ପାହାଡର ଉପରି ଭାଗରେ ଅବସ୍ଥିତ ଥିବାରୁ ସେଠାରେ ଏକ ଧର୍ମଶାଳା ରହିଛି ଯେଉଁଠି ମହୁମାଛି ଫେଣାରୁ ମହୁ ଖାଉଥିବା ଭାଲୁର ଦୃଶ୍ୟ କ୍ୟାମେରାରେ କଏଦ୍ କରିବାକୁ ଫଟୋଗ୍ରାଫର ମାନେ ଅପେକ୍ଷା କରିଥାନ୍ତି । ଏଠାରେ ମୋଣ୍ଟୁ ନାମକ ଜଣେ ମନ୍ଦିର ସୁରକ୍ଷାକାରୀ ଅଛନ୍ତି ଯେ ଭାଲୁଙ୍କୁ ଚଣା ଏବଂ ଅନ୍ୟ ଖାଦ୍ୟପଦାର୍ଥ ହାତରେ ଦେଇଥାଆନ୍ତି । ସେ କୁହନ୍ତି ଯେ ୮ ବର୍ଷ ହେଲାଣି ସେ ଏହି ମନ୍ଦିରରେ ଅଛନ୍ତି କିନ୍ତୁ ୬ ବର୍ଷ ପୂର୍ବେ ହିଁ ଭାଲୁଙ୍କୁ ସେ ମନ୍ଦିର ଆସୁଥିବାର ଦେଖିଛନ୍ତି । ପ୍ରଥମେ ପ୍ରଥମେ ସେ ଭୟଭୀତ ହୋଇ ମନ୍ଦିର ଭିତରେ ଲୁଚି ରହୁଥିଲେ । କିନ୍ତୁ ଥରେ ସେ ଅଜଣାତରେ ଥରେ ମନ୍ଦିର ବାହାରେ ଶୋଇଯାଇଥିଲେ ଏବଂ ଉଠିଲାବେଳକୁ ଦେଖିଲେ ଯେ ତାଙ୍କ ଚାରିପାଖରେ ଭାଲୁ ଶୋଇଛନ୍ତି ଏବଂ ଗୋଟିଏ ଭାଲୁ ଛୁଆ ମୋଣ୍ଟୁଙ୍କ ପାଖରେ ଶୋଇଛି । ଏହା ପରଠାରୁ ସେ ଭାଲୁଙ୍କୁ ଦେଖି ଡରିବା ବଦଳରେ ତାଙ୍କ ସହ ବନ୍ଧୁତାର ବନ୍ଧନ ବାନ୍ଧିଥିଲେ ।