ଅନୁଗୁଳ ଜିଲ୍ଲାରେ ଭାଲୁ ଆତଙ୍କ ! ଜଣେ ମୃତ

29

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ଭାଲୁ ଆକ୍ରମଣରେ ଜଣେ ମୃତ । କିଶୋନଗର ଥାନା କରଡାବାହାଳ ଗାଁରେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ମୃତକ ହେଉଛନ୍ତି ହୃଦାନନ୍ଦ ସାହୁ ।ସେ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା ।ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କିଶୋନଗର ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।