ଗୋଲଡେନ ବାବାଙ୍କୁ ଗିରଫ କରିଥିବା ଆଇଆଇସି ଦୀପକ ମିଶ୍ର ହେଲେ ଶ୍ରେଷ୍ଠ ଇନସପେକ୍ଟର ! କମିସନରେଟ ପୁଲିସର ପ୍ରତିଷ୍ଠା ଦିବସରେ ସମ୍ମାନିତ କଲେ ପୁଲିସ ଡିଜି

ଜିମ ବାପିକୁ ଗିରଫ ଓ ଚୋରି ଜିନିଷ ଫେରାଇ ଚର୍ଚ୍ଚାରେ ଥିଲେ ଦୀପକ

735

କନକ ବ୍ୟୁରୋ : ଆଜି କମିସନରେଟ ପୋଲିସର ଏକାଦଶତମ ପ୍ରତିଷ୍ଠା ଦିବସ । ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା । ପ୍ରତିଷ୍ଠା ଦିବସ ଅବସରରେ ସେରିମୋନିଆଲ ପ୍ୟାରେଡର ଆୟୋଜନ ହୋଇଛି । ଏହାବ୍ୟତୀତ ଆଜି ସକାଳୁ କମିଶନରେଟ ପୋଲିସ ପକ୍ଷରୁ ଗଣଦୌଡ କରାଯାଇଛି । ତେବେ ଭୁବନେଶ୍ୱରକୁ ଦୁଇଟି ପୋଲିସ ଜିଲ୍ଲାରେ ପରିଣତ କରାଯାଉ ବୋଲି ଡିଜି ଆରପି ଶର୍ମା ପ୍ରସ୍ତାବ ଦେଇଛନ୍ତି ।

ସେପଟେ ଗୋଲଡେନ ବାବାଙ୍କୁ ଗିରଫ କରିଥିବା ଆଇଆଇସି ଦୀପକ ମିଶ୍ର ହେଲେ ଶ୍ରେଷ୍ଠ ଇନସପେକ୍ଟର । କମିସନରେଟ ପୁଲିସର ପ୍ରତିଷ୍ଠା ଦିବସରେ ଦୀପକ ମିଶ୍ରଙ୍କୁ ସମ୍ମାନିତ କରିଛନ୍ତି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ଦୀପକ ମିଶ୍ର ଚନ୍ଦ୍ରଶେଖରପୁର ଥାନାରେ ଆଇଆଇସି ଭାବେ କାର୍ଯ୍ୟକରୁଛନ୍ତି । ସେ ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟ କରିବା ଦିନରୁ କମିଶନରେଟ ପୋଲିସକୁ ଅନେକ ସଫଳତା ଆଣି ଦେଇଛନ୍ତି । ସେ ଜିମ ବାପିକୁ ଗିରଫ କରିବା ମାମଲା ହେଉ କି ଚୋରି ଜିନିଷ ଫେରାଇ ଚର୍ଚ୍ଚାରେ ହେଉ ଏହା ପଛରେ ଆଇଆଇସି ଦୀପକ ମିଶ୍ରଙ୍କର ହାତ । ଭୁବନେଶ୍ୱରରେ ଆୟୋଜିତ କମିଶନରେଟ ପ୍ରତିଷ୍ଠା ଦିବସରେ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଆଜି ପୁରସ୍କୃତ କରାଯାଇଛି ।