ଶେଷ ହେଲା ପୁରୀ ବେଳାଭୂମି ମହୋତ୍ସବ : ଶେଷ ଦିନ ସଂଧ୍ୟାରେ ଜମିଲା ଓଲିଉଡ୍ ତାରକାଙ୍କ ଭିଡ

64

କନକ ବ୍ୟୁରୋ : ପୁରୀରେ ଶେଷ ହୋଇଛି ବିଚ୍ ଫେଷ୍ଟିବାଲ୍ । ୫ଦିନ ଧରି ପୁରି ସମୂଦ୍ର କୂଳରେ ଜମିଥିଲା ଓଲିଉଡ୍ ସେଲିବ୍ରିଟିଙ୍କ ଆସର । ଆଉ ନିଜ ପ୍ରିୟ ତାରକାଙ୍କୁ ମଂଚ ଉପରେ ଦେଖିବା ପାଇଁ ଜମିଥିଲା ହଜାର ହଜାର ଦର୍ଶକଙ୍କ ଭିଡ । ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ସେଲିବ୍ରିଟିଙ୍କ ଡ୍ୟାନ୍ସ ଧମାଲ୍ ଦର୍ଶଶକଙ୍କୁ ଯୋଗାଇଥିଲା ଢେର୍ ମନୋରଂଜନ ।

୨୧ ତାରିଖରୁ ପୁରୀ ବେଳାଭୂମିରେ ଆରମ୍ଭ ହୋଇଥିବା ବିଚ୍ କାର୍ନିଭାଲ୍ ଶେଷ ହୋଇଛି । ୫ଦିନ ଧରି ପୁରୀରେ ଅନୁଷ୍ଠିତ ହୋଇଥିବା ଏହି ବିଚ୍ କାର୍ନିଭାଲରେ ପ୍ରତ୍ୟେକ ଦିନ ସଂଧ୍ୟାରେ ଅନେକ ମନୋରଂଜନ ଭିତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ତେବେ ବିଶେଷ କରି ଦର୍ଶକଙ୍କ ମନ ଜିଣିଥିଲା ଓଲିଉଡ୍ ତାରକାଙ୍କ ପର୍ଫମାନ୍ସ । ଶେଷ ଦିନ ସଂଧ୍ୟାରେ ମନ ଜିଣିଥିଲା ଅଭିନେତ୍ରୀ ଦେବଜାନିଙ୍କ ଡ୍ୟାନ୍ସ । ଏହାସହ ମଂଚ ଉପରେ ମଧ୍ୟ ଦେଖିବାକୁ ମିଳିଥିଲା ଓଲିଉଡ୍ ନାୟିକା ଝିଲିକ୍ ଭଟାଚାର୍ଯ୍ୟଙ୍କୁ ।

କେବଳ ଶେଷ ଦିନ ସଂଧ୍ୟା ନୁହଁ । କାର୍ନିଭାଲରେ ପ୍ରତ୍ୟେକ ସଂଧ୍ୟା ବେଶ ମନୋରଂଜକ ହୋଇ ପାରିଛି । ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଜଲୱା ମଧ୍ୟ ଦେଖିବାକୁ ମିଳିଛି ମଂଚରେ । ନିଜ ସଙ୍ଗୀତରେ ଦର୍ଶକଙ୍କୁ ଏଂଟରଟେନ୍ କରିଥିଲେ ଏହି ନାୟିକା । ପ୍ରକୃତଙ୍କ ବେଶ ଗ୍ଲାମରସ୍ ଅବତାର ଦେଖିବାକୁ ମିଳିଥିଲା ଏହି ଅବସରରେ ।

୫ ଦିନ ଧରି ବିଚ୍ କାର୍ନିଭାଲରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ଦର୍ଶକ । ସଙ୍ଗୀତ କାର୍ଯ୍ୟକ୍ରମ ସହ ଋଷିଆନ୍ ଡ୍ୟାନ୍ସରଙ୍କ ନୃତ୍ୟ ବି ଦେଖିବାକୁ ମିଳିଥିଲା ମଂଚ ଉପରେ । ବଲିଉଡ୍ ଭେଟରାନ୍ ଆକ୍ଟର୍ ଶଶି କପୁରଙ୍କୁ ଶ୍ରଦ୍ଧାଂଜଳି ଜଣାଇ ଏକ ଖାସ୍ ସଙ୍ଗୀତଭିତକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ଏହି କାର୍ନିଭାଲରେ । ତେବେ ଚଳିତ ବର୍ଷ ଶେଷ ହୋଇଛି ବିଚ୍ ଫେଷ୍ଟିବାଲ୍ । ଏବେ ଅପେକ୍ଷା ଆର ବର୍ଷକୁ ।