ଅନ୍ୟର ଇୟରଫୋନ୍ ବ୍ୟବହାର କରୁଛନ୍ତି କି ? ସାବଧାନ ହୋଇଯାଆନ୍ତୁ . . . . .

86

ଆଜିକା ସମୟରେ ଜ୍ଞାନକୌଶଳ ଏତେ ଅଗ୍ରଗତି କଲାଣି ଯେ, ସମସ୍ତଙ୍କ ପାଖରେ ବିଭିନ୍ନ ପ୍ରକାର ଗ୍ୟାଜେଟ ମହଜୁଦ ରହୁଛି । ତେବେ ଆଜିକାଲି ମୋବାଇଲ୍ ଫୋନ୍ ପରି ଇୟରଫୋନ୍ ମଧ୍ୟ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହେଇଯାଇଛି । ଘରେ ଓ ଅଫିସରେ ଥିବା ସମୟରେ କିମ୍ବା ବସ୍ ଅବା ଟ୍ରେନରେ ଯାତ୍ରା କଲାବେଳେ ଆମେ ସମସ୍ତେ ଇୟରଫୋନ୍ ବ୍ୟବହାର କରିଥାଉ । ଆଉ ଏହା କେବଳ ବଡ଼ ଅବା ଛୋଟ ସହରରେ ନୁହେଁ, ଗାଁ ଗହଳିରେ ବି ଦେଖିବାକୁ ମିଳୁଛି । ପ୍ରାୟ ସମସ୍ତେ ଇୟରଫୋନ୍ ଦେଖିବାର ମିଳୁଛି । ଅନେକ ଏଥିରେ ଏମିତି ଅଭ୍ୟସ୍ତ ହୋଇଗଲେଣି ଯେ ବିନା ଇୟରଫୋନ ସେମାନଙ୍କୁ ଭଲ ଲାଗେ ନାହିଁ ।

ତେଣୁ ବେଳେ ବେଳେ ନିଜର ଇୟରଫୋନ୍ ନମିଳିଲେ ଅନ୍ୟମାନଙ୍କର ଇୟରଫୋନ୍ ଲଗାଇ କାମ ଚଳାଇ ନିଅନ୍ତି । ଏମିତି କି ଆମ ମାନଙ୍କ ମଧ୍ୟରୁ ଅନେକ ଘରର ଅନ୍ୟ ସଦସ୍ୟଙ୍କ ଇୟରଫୋନ୍ ବ୍ୟବହାର କରନ୍ତି । ଆପଣ ଲକ୍ଷ୍ୟ କରିଥିବେ ଅଧିକ ସମୟ ଇୟରଫୋନ୍ ବ୍ୟବହାର କରିବା ଦ୍ୱାରା ବେଳେ ବେଳେ କାନରେ ଯନ୍ତ୍ରଣା ଅନୁଭବ ହୁଏ । ଏମିତିରେ ଆପଣ ଯଦି ଅନ୍ୟର ଇୟରଫୋନ୍ ବ୍ୟବହାର କରିବେ ଏହା ବପଜ୍ଜନକ ସାବ୍ୟସ୍ତ ହୋଇପାରେ । ଅନ୍ୟର ଇୟରଫୋନ୍ ବ୍ୟବହାର କରି ଆମେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଉ । ଅନ୍ୟର ଇୟରଫୋନ୍ ବ୍ୟବହାର କଲେ କେଉଁ କେଉଁ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ ଆସନ୍ତୁ ଜାଣିବା . . . .

– ଜ୍ୱର ଓ ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କ ଇଅରଫୋନ୍ କେବେ ବି ବ୍ୟବହାର କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ। ଏଭଳି ଲୋକଙ୍କ ଇଅରଫୋନ୍ ଆପଣଙ୍କ କାନକୁ ଅଧିକ ସଂକ୍ରମିତ କରିବାର ସମ୍ଭାବନା ଥାଏ ।

– ଅନ୍ୟର ଇଅରଫୋନ୍ ବ୍ୟବହାର କରିବା ଦ୍ୱାରା ଅଧିକାଂଶ ଲୋକ ଫଙ୍ଗସ୍ ଇନଫେକ୍ସନର ଶିକାର ହୁଅନ୍ତି । ୭ ପ୍ରତିଶତ ଲୋକଙ୍କ କାନରେ ଯନ୍ତ୍ରଣା ହୁଏ । ଏହାର ମୁଖ୍ୟ କାରଣ ହେଉଛି ପୂର୍ବରୁ ଏହି ଇଅରଫୋନ୍ ବ୍ୟବହାର କରୁଥିବା ଲୋକ ଏହି ସବୁ ସମସ୍ୟାର ଶିକାର ହୋଇଥାଆନ୍ତି ।

– ଯଦି ଆପଣ କୌଣସି ଏମିତି ବ୍ୟକ୍ତିଙ୍କ ଇଅରଫୋନ୍ ବ୍ୟବହାର କରୁଛନ୍ତି ଯିଏ କି ପୂର୍ବରୁ ସଂକ୍ରମଣର ଶିକାର ହୋଇଥିଲେ, ତା’ହେଲେ ସାବଧାନ ହୋଇଯାଆନ୍ତୁ । ଫଙ୍ଗସ୍ ଜୀବାଣୁ ଇଅରଫୋନରେ ରହିଥାଇପାରନ୍ତି । ଯଦି ସେମାନଙ୍କ ସଂଖ୍ୟା ବଢ଼ିଯାଇଥାଏ, ତା’ହେଲେ ଇଅରଫୋନ୍ ଦେଇ ସେମାନେ ଆପଣଙ୍କ କାନ ଭିତରେ ପଶି ଯିବେ । ଆଉ ତା’ପରେ ଆପଣଙ୍କ କାନରେ ଦେଖାଯିବ ସମସ୍ୟା ।