ଆଜିକାଲି ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ରେସିପି ଏବଂ ଅନ୍ୟ ସୂଚନା ଦେଖିବା ଠିକ ଅଛି । କିନ୍ତୁ ସ୍ୱାସ୍ଥ୍ୟ ଖରାପ ହେଲେ ମଧ୍ୟ ଲୋକ ଇଂଟରନେଟର ସହାୟତା ନେଉଛନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚନା ନେବା ସ୍ୱାଭାବିକ କଥା କିନ୍ତୁ ତାହାର ଚିକିତ୍ସା କରିବା ପାଇଁ ସୂଚନା ଖୋଜିବା ଦ୍ୱାରା ଶରୀରକୁ କ୍ଷତି ପହଂଚିଥାଏ । କାରଣ ଡାକ୍ତରଙ୍କ ବ୍ୟତୀତ ଶରୀର ଚିକତ୍ସା ଅନ୍ୟ କେହି କରିପାରିବେ ନାହିଁ । ତେବେ ଏହି କଥା ଏକ ଗବେଷଣାରୁ ସାମ୍ନାକୁ ଆସିଛି ।

ଗୁଗଲରୁ ସୂଚନା ପାଇବା ପରେ ତାହାର ଚିକିତ୍ସା କରିବାକୁ ସାଇବରକାଣ୍ଡ୍ରିୟା କୁହାଯାଏ । ଏଥିରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ବିଷୟରେ ନିଜେ ଅନଲାଇନ ଚିକିତ୍ସା କରିବାର ଇଚ୍ଛା ବଢିଥାଏ । ଯଦିଓ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସୂଚନା ମିଳିଥାଏ ତଥାପି କେବେ କେବେ ଏହା ଅସୁବିଧାରେ ପକାଇପାରେ ।

ଇଣ୍ଡସ ହେଲଥ ପ୍ଲସର ଆରୋଗ୍ୟସେବା ବିଶେଷଜ୍ଞ କାଂଚନ ନାୟକବଡିଙ୍କ କହିବା ଅନୁସାରେ ନିଜେ ଯାଂଚ ଆରମ୍ଭ କରିବା ଏବଂ ଔଷଧ ନେବା ଏକ ସାଧାରଣ କଥା ହୋଇଯାଇଛି । ଏହାର କେତେକ କାରଣ ରହିଛି । ଯେପରିକି ସମୟ ବଂଚିବା, ଆର୍ଥିକ ସମସ୍ୟା, ସଚେତନତାର ଅଭାବ, ଆକର୍ଷକ ବିଜ୍ଞାପନ ଏବଂ ସହଜରେ ଔଷଧର ଉପଲବ୍ଧ । ଏହି ସମସ୍ତ କାରଣରୁ ନିଜେ ଚିକିତ୍ସା କରିବାର ପଦ୍ଧତି ଅଧିକ ବଢିବାରେ ଲାଗିଛି ।

ଗବେଷକଙ୍କ କହିବା ଅନୁସାରେ ନିଜେ ଔଷଧ ନେବା ଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ । କେବେ କେବେ ନକଲି ଔଷଧର ମଧ୍ୟ ଶୀକାର ହୋଇପାରନ୍ତି । ତେଣୁ ଏସବୁରୁ ରକ୍ଷା ପାଇବା ଉଚିତ ।