ସାବଧାନ । ଯଦି ପୋଷା କୁକୁରକୁ ଅଧିକ ଗେହ୍ଲବସର କରୁଛନ୍ତି, ତେବେ ଆପଣଙ୍କ ଶରୀର ହୋଇଯାଇପାରେ ଅକର୍ମଣ୍ୟ !

40

ଯଦି ଆପଣ ଆପଣଙ୍କ ପୋଷା କୁକରକୁ ଆବଶ୍ୟକତା ଠାରୁ ଅଧିକ ଗେହ୍ଲା କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ କାହିଁକିନା ଏହି ପ୍ରେମ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ନିକଟରେ ଏମିତି ଏକ ମାମଲା ସାମନାକୁ ଆସିଛି । ଲଣ୍ଡନରେ ଡା. ଜୈକୋ ନେଲଙ୍କୁ ତାଙ୍କ କୁକର ଠାରୁ ହୋଇଥିବା ସଂକ୍ରମଣ କାରଣରୁ ଦୁଇଟି ଗୋଡ ହରାଇବାକୁ ପଡିଛି । ଆହୁରି ବି ତାଙ୍କ ନାକର ଉପରି ଭାଗ ବି ନଷ୍ଟ ହୋଇଯାଇଛି ।

ପାଖାପାଖି ଦେଢ଼ ବର୍ଷ ପୂର୍ବରୁ ଡା. ଜୈକୋ ନେଲ କାଙ୍କର ସ୍ପେନିୟଲ ନସ୍ଲ ତାଙ୍କ କୁକୁର ହାର୍ଭି ସହିତ ଖେଳୁଥିଲେ, ସେତେବେଳେ ତାଙ୍କ ହାତ ଉପରେ ସାମାନ୍ୟ କ୍ଷତ ଦେଖିବାକୁ ପାଇଲେ । ସେ କ୍ଷତକୁ ସଫା କଲେ ଏବଂ ଦୈନନ୍ଦିନ କାର୍ଯ୍ୟରେ ଲାଗି ପଡିଲେ । ଦୁଇ ସପ୍ତାହ ପର୍ଯ୍ୟନ୍ତ ଠିକ ଥିଲା କିନ୍ତୁ ତା’ ପରେ ତାଙ୍କୁ ଫ୍ଲୁ ଭଳି କିଛି ହେଲା । ପ୍ରକୃତରେ କୁକୁରର ଲାଳ ଯୋଗୁଁ ତାଙ୍କୁ ସେପ୍ଟିସେମିଆ( ଏକ ପ୍ରକାରର ସଂକ୍ରମଣ) ହୋଇଯାଇଥିଲା, ଯଦ୍ୱାରା ତାଙ୍କ ରକ୍ତରେ ବିଷ ବ୍ୟାପି ଗଲା ଓ ତାଙ୍କର ରୋଗ ପ୍ରତିରୋଧକ କ୍ଷମତା କମିଗଲା ।

ଏହି ସଂକ୍ରମଣ କାରଣରୁ ଡା. ନେଲ ମରି ନାହାନ୍ତି କିନ୍ତୁ ସେ ମୃତ୍ୟୁ ମୁଖରୁ ବଂଚି କି ଆସିଛନ୍ତି । ନେଲଙ୍କ କହିବାନୁସାରେ, ସେଦିନ ସଂଜବେଳା ତାଙ୍କ ପତ୍ନୀ ଘରକୁ ଆସିଲେ ଓ ତାଙ୍କୁ ହସପିଟାଲ ନେଇକି ଗଲେ । ଡାକ୍ତର ତୁରନ୍ତ ଏହି ସଂକ୍ରମଣକୁ ଚିହ୍ନି ନେଲେ ଓ ଚିକିତ୍ସା ଆରମ୍ଭ କଲେ । ନେଲ ପାଂଚ ଦିନ ପାଇଁ କୋମାରେ ଚାଲିଯାଇଥିଲେ । ନେଲଙ୍କ କହିବାନୁସାରେ, ଯେତେବେଳେ ତାଙ୍କୁ ହୋସ ଆସିଲା, ତାଙ୍କ ଶରୀର କଳା ପଡିଯାଇଥିଲା । ତାଙ୍କ ଶରୀରର ରକ୍ତ ଜମାଟ ବାନ୍ଧିଯାଇଥିଲା ଓ କିଡନୀ ମଧ୍ୟ ଫେଲ ହୋଇଯାଇଥିଲା । ତାଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ଡାଇଲିସିସରେ ରଖାଯାଇଥିଲା ।

ଚାରି ମାସ ପର୍ଯ୍ୟନ୍ତ ହସପିଟାଲରେ ରହିବା ପରେ ନେଲଙ୍କ ଦୁଇଟି ଗୋଡ ଆଣ୍ଠୁ ତଳକୁ କାଟି ଦିଆଗଲା । ତାଙ୍କ ନାକର ଉପରି ଭାଗ ବି ନଷ୍ଟ ହୋଇଗଲା । ଏହାପରେ ସେ ଖାଇବା, ଚାଲିବା ଏବଂ ପ୍ରଶ୍ୱାସ ନେବାରେ କଷ୍ଟ ସହିଲେ । ଏହି ସମୟରେ ସେ ଡିପ୍ରେସନରେ ଥିଲେ । ଡବ୍ଲ୍ୟୁଏଚଓ ମୁତାବକ, ସେପ୍ଟିସେମିଆ ଏକ ଏମିତି ସଂକ୍ରମଣ, ଯାହା ସେତେବେଳେ ହୁଏ, ଯେତେବେଳେ ମଣିଷ ଶରୀରର ପ୍ରତିରୋଧକ ଶକ୍ତି କୈାଣସି ସଂକ୍ରମଣର ଜବାବରେ ଅଧିକ ସକ୍ରିୟ ହୋଇଯାଏ । ସେପ୍ଟିସେମିଆ ହେଲେ ପ୍ରାରମ୍ଭରେ ଏହା ସାମାନ୍ୟ ଲାଗିପାରେ କିନ୍ତୁ, ଠିକ ସମୟରେ ଏହାର ଚିକିତ୍ସା ନକଲେ ଏହା ଶରୀର ପାଇଁ ବହୁତ କ୍ଷତିକାରକ ହୋଇପାରେ । ଏହା ଦ୍ୱାରା କୈାଣସି ଅଙ୍ଗ କାମ କରିବା ବନ୍ଦ କରିପାରେ କିମ୍ବା ମୃତ୍ୟୁ ବି ହୋଇପାରେ । ଏହାର ଲକ୍ଷଣ ଦେଖି ଏହାକୁ ‘ସାଇଲେଣ୍ଟ କିଲର’ ବି କୁହାଯାଏ ।