ଦିନସାରା ୬ରୁ ୭ଘଣ୍ଟା ପର୍ଯ୍ୟନ୍ତ ଫୋନରେ କଥା ହେଉଛନ୍ତି ଯଦି ହୋଇଯାଆନ୍ତୁ ସାବଧାନ : ହୋଇପାରେ ଏହି ଅସୁବିଧା, ଗବେଷଣାରତ ବୈଜ୍ଞାନିକଙ୍କ ପାଖରୁୁ ଜାଣନ୍ତୁ

32

ଶିଶୁମାନଙ୍କ ଠାରେ ବ୍ରେନ ଟ୍ୟୁମର, କ୍ୟାନସରର ପ୍ରମୁଖ କାରଣ । ବ୍ରେନ ଟ୍ୟୁମର କାହିଁକି ହୁଏ, ଏହାର ଉତ୍ତର ବିଜ୍ଞାନ ପାଖରେ ବି ନାହିଁ । କିନ୍ତୁ ବିଦେଶରେ କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ ଶିଶୁମାନଙ୍କ ମସ୍ତିଷ୍କରେ କାନ ପାଖରେ କ୍ୟାସନର ଯୁକ୍ତ ଟ୍ୟୁମର ହେବାର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର କାରଣ ହେଉଛି ମୋବାଇଲର ଅତ୍ୟଧିକ ବ୍ୟବହାର ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ଛୋଟ ପିଲାଙ୍କ ଅତ୍ୟଧିକ ମୋବାଇଲ ବ୍ୟବହାରକୁ ରୋକିବା ଜରୁରୀ । ଆମେରିକାରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ମୋବାଇଲର ବ୍ୟବହାର ଦ୍ୱାରା ମସ୍ତିଷ୍କ କ୍ୟାନସର ହେବା ଘଟଣା ସ୍ପଷ୍ଟ ହୋଇପାରିନି । ଏମିତିରେ ଆଜିକାଲି ଅତ୍ୟାଧୁନିକ ମୋବାଇଲ ଆପ ପାଇଁ ମସ୍ତିଷ୍କରେ ପ୍ରଭାବର ଆଶଙ୍କା କମିଯାଇଛି ।

୬ରୁ ୭ ଘଣ୍ଟା ମୋବାଇଲରେ କଥା ହେବା ଦ୍ୱାରା ଟ୍ୟୁମର ହେବାର ସମ୍ଭାବନା ଥାଏ । ମୋବାଇଲ ନେଟୱର୍କ ଦୁର୍ବଳ ଥିବା ଯୋଗୁଁ କାନ ପାଖରେ ଲଗେଇକି କଥା ହେବା ଦ୍ୱାରା ରେଡିଏସନ ବିକିରଣ ହୋଇ କ୍ୟାସନର ହେବାର ବିପଦ ଥାଏ । ବ୍ରେନ ଟ୍ୟୁମରକୁ ନେଇ ଲୋକଙ୍କ ପାଖରେ ସଚେତନତାର ଅଭାବ ଅଛି । ଯଦି ପ୍ରାରମ୍ଭରେ ରୋଗ ବିଷୟରେ ଜଣାପଡିଯାଏ, ତେବେ ଚିକିତ୍ସା ସମ୍ଭବ । ଡାକ୍ତରଙ୍କ କହିବାନୁସାରେ, ଦେଶରେ କ୍ୟାନସରରେ ପୀଡିତ ପାଖାପାଖି ଦୁଇ ପ୍ରତିଶତ ଲୋକ ବ୍ରେନ ଟ୍ୟୁମରରେ ପୀଡିତ ।