ପିଲାଙ୍କୁ ପାରାସିଟାମଲ୍ ଔଷଧ ଦେବା ସମୟରେ କିଛି ସାବଧାନତା ଅବଲମ୍ବନ କରନ୍ତୁ !

45

ସାଧାରଣତଃ ଜ୍ୱର ହେଲେ ପାରାସିଟାମଲ୍ ଖାଇବାକୁ ମରାମର୍ଶ ଦିଆଯାଇଥାଏ । ଏହାକୁ ସୁରକ୍ଷିତ ଔଷଧ ଭାବେ ଗ୍ରହଣ କରାଯାଏ । ତେବେ ପିଲାଙ୍କୁ ଏହି ଔଷଧ ଦେଉଥିବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।

୧-ପିଲାର ବୟସ ୩ମାସରୁ କମ୍ ହୋଇଥିଲେ ଡାକ୍ତରଙ୍କ ବିନା ମରାମର୍ଶରେ ପାରାସିଟାମଲ୍ ଖାଇବାକୁ ଦିଅନ୍ତୁ ନାହିଁ । କାରଣ ଛୋଟ ପିଲାଙ୍କୁ ପାରାସିଟାମଲ୍ ଯୋଗୁଁ ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ଥାଏ ।
୨- ଯଦି ପିଲାର ଶରୀରରେ ୧୦୦ ଡିଗ୍ରୀ ଫାରେନହାଇଟରୁ କମ୍ ତାପମାତ୍ରା ଥାଏ , ତା’ହେଲେ ପାରାସିଟାମଲ୍ ଦେବା ହାନିକାରକ ସାବ୍ୟସ୍ତ ହୋଇପାରେ ।
୩- ଯଦି ପିଲା ଅନ୍ୟ କୈାଣସି ଔଷଧ ଖାଉଛି , ତୁରନ୍ତ ତାକୁ ବଦଳାଇ ପାରାସିଟାମଲ୍ ଦିଅନ୍ତୁ ନାହିଁ । ଏ ସଂପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
୪- ପାରାସିଟାମଲ୍ ଖାଇବା ପରେ ଯଦି ପିଲାର ଶରୀରରେ କୈାଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ତା’ହେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।
୫-ପିଲାକୁ ଯକୃତ ସମ୍ବନ୍ଧୀୟ କୈାଣସି ସମସ୍ୟା ଥିଲେ ବିନା ଡାକ୍ତରଙ୍କ ପରାମର୍ଶରେ ପାରାସିଟାମଲ୍ ଦିଅନ୍ତୁ ନାହିଁ ।