ଭୁଲ୍ କରି ବି ଗୁଗୁଲରେ ସର୍ଚ୍ଚ କରନ୍ତୁ ନାହିଁ ଏହି ୪ ଟି ଜିନିଷ ! ନହେଲେ ଘରୁ ବାନ୍ଧି ନେବ ପୋଲିସ୍ । 

108

ଆଧୁନିକ ଜମାନାରେ ଲୋକଙ୍କ ପାଖରେ କିଛି ଥାଉ କି ନଥାଉ ସ୍ମାର୍ଟଫୋନ୍ ର ଏକ ସେଟ୍ ସମସ୍ତଙ୍କ ପାଖରେ ଥିବା ଥୟ । ଲୋକେ ଖାଇବା ଭୁଲିଯିବେ କିନ୍ତୁ ଫୋନକୁ ଛାଡି ତିଳେମାତ୍ର ରହିପାରିବେ ନାହିଁ । ଏବେ ଜିଓ ମଧ୍ୟ ଫ୍ରି ଡାଟା ଦେଉଥିବାରୁ ଲୋକେ ଗୁଗୁଲରେ କିଛି ବି ସର୍ଚ୍ଚ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କିଛି ଏଭଳି ସମ୍ବେଦନଶୀଳ ବିଷୟକୁ ନେଇ ଯଦି ଆପଣ ଗୁଗୁଲରେ ସର୍ଚ୍ଚ କରିବେ ତେବେ ଆପଣଙ୍କୁ ଥାନାର ଦର୍ଶନ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସେହି ବିଷୟ ସବୁ କ’ଣ କ’ଣ ।

ବୋମା ପ୍ରସ୍ତୁତ କରିବାର ପ୍ରଣାଳୀ : ୟୁଟ୍ୟୁବ୍ ,ବ୍ଲଗ୍ ଏବଂ ୱେବସାଇଟ୍ ଜରିଆରେ ଯଦି ଆପଣ ବୋମା ପ୍ରସ୍ତୁତ କରିବାର ପ୍ରଣାଳୀ ବାରମ୍ବାର ସର୍ଚ୍ଚ କରିବେ ତେବେ ଆପଣଙ୍କ ପାଇଁ ଏହା ବିପଦ ଆଣିଦେଇପାରେ । ଏଭଳି ସାଇଟ୍ ଉପରେ ଜାଞ୍ଚ୍ ଏଜେନ୍ସିଙ୍କ ନଜର ଥାଏ । ତେଣୁ ଏଭଳି ସାଇଟ୍ କୁ ଖୋଲିବାରୁ ନିବୃତ ରୁହନ୍ତୁ ।

ଚାଇଲ୍ଡ ପର୍ଣ୍ଣ : ଅଧିକାଂଶ ଲୋକ ଗୁଗୁଲରେ ପର୍ଣ୍ଣ ସର୍ଚ୍ଚ କରିବାରେ ମାହିର୍ ଥାନ୍ତି । କିନ୍ତୁ ଚାଇଲ୍ଡ ପର୍ଣ୍ଣ ଦେଖିବା ଏକ ଅପରାଧ ମନାଯାଏ । ତେବେ ଏଭଳି ସ୍ଥିତିରେ ଆପଣ ଯଦି ଚାଇଲ୍ଡ ପର୍ଣ୍ଣ ସାଇଟ୍ ଖୋଲିଛନ୍ତି ତେବେ ସତର୍କ ହୋଇଯାଆନ୍ତୁ ।

ଔଷଧ କିଣିବା : ଗୁଗୁଲରେ ଏଭଳି ଅନେକ ୱେବସାଇଟ୍ ଅଛି ଯେଉଁଥିରୁ ଆପଣ ଔଷଧ କିଣିପାରିବେ । କିନ୍ତୁ ବିନା ପ୍ରେସକ୍ରିପସନ୍ ରେ ଗୁଗୁଲ ସାଇଟ୍ ରୁ ଔଷଧ କିଣିବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏହି ସାିଟରେ ମଧ୍ୟ ଜାଞ୍ଚ୍ ଏଜେନ୍ସିଙ୍କ ନଜର ଥାଏ ।

ଅନ୍ୟ କାହାର ଠିକଣା ଗୁଗୁଲରୁ ଖୋଜିବା : ଆପଣ ଭୁଲରେ ମଧ୍ୟ ଅନ୍ୟ କାହାର ଠିକଣା ଗୁଗୁଲ ଆକାଉଣ୍ଟରେ ଖୋଜିବା ଭଳି ଭୁଲ୍ କରନ୍ତୁ ନାହିଁ । ଉଦାହରଣ : ଆପଣ କେଉଁ ଗାଁ କିମ୍ବା ସହର ବିଷୟରେ ଜାଣିବା ପାଇଁ ତ ସର୍ଚ୍ଚ କରିପାରିବେ କିନ୍ତୁ ସିଧାସଳଖ ଠିକଣା ବିଷୟରେ ଜାଞ୍ଚ୍ କରିପାରିବେ ନାହିଁ ।