ହରିଚନ୍ଦନପୁର ବିଡିଓଙ୍କ ଦାଦାଗିରି : କେନ୍ଦୁଝରରେ ସମୀକ୍ଷା ବେଳେ ପ୍ରଶ୍ନ କରିବାରୁ ଲୋକଙ୍କୁ ଠେଙ୍ଗା ଧରି ଗୋଡାଇଲେ ପ୍ରଶାସନିକ ଅଧିକାରୀ

2

କନକ ବ୍ୟୁରୋ : କେନ୍ଦୁଝରରେ ବିଡିଓଙ୍କ ଦାଦାଗିରି । ଭିଡିଓ ହେଲା ଭାଇରାଲ । ଭିଡିଓରେ ବିଡିଓ ଠେଙ୍ଗାଧରି ପିଟିବାକୁ ଗୋଡାଉଛନ୍ତି । ଗତ ୨୧ ତାରିଖ ଦିନ ହରିଚନ୍ଦନପୁରର ବିଡିଓ ବିଜୟାନନ୍ଦ ସେଠୀ ହୁଣ୍ଡା ଗାଁ କୁ ସରକାରୀ କାମରେ ଯାଇଥିଲେ । ସେଠାରେ ପଂଚାୟତ କାମର ସମୀକ୍ଷା ହେବାର ଥିଲା । ହେଲେ ଲୋକେ ବିଭିନ୍ନ ପ୍ରଶ୍ନ ପଚାରିବାରୁ ରାଗିଯାଇଥିଲେ ବିଡିଓ । ଆଉ ଠେଙ୍ଗା ଧରି ବିଡିଓ ଲୋକଙ୍କୁ ମାରିବାକୁ ଗୋଡାଇଥିଲେ ।

ସେପଟେ ହରିଚନ୍ଦନପୁରରେ ମଧ୍ୟ ବ୍ଲକର କର୍ମଚାରୀ ମାନେ କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭିଡିଓରେ ଗୋଲାପି ରଙ୍ଗର ସାର୍ଟ ଓ ହାତରେ ଠେଙ୍ଗା ଧରି ଦବଙ୍ଗ ଷ୍ଟାଇଲରେ ଲୋକଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି ।

Comments are closed.