କାଠଗଡାରେ ବଡବାବୁ ! ଇଛାଧୀନ କୋଟା ମାମଲାରେ ହାଜର ପାଇଁ ଟପ୍ ଆଇଏଏସ ଅଫିସରଙ୍କୁ ବିଡିଏର ନୋଟିସ୍

29

କନକ ବ୍ୟୁରୋ : କାଠଗଡାରେ ବଡବାବୁ । ଇଛାଧୀନ କୋଟା ମାମଲାରେ ରାଜ୍ୟର ଆଇଏସ୍ ଅଫିସରଙ୍କୁ ନୋଟିସ କରିଛି ବିଡିଏ । ଗତ ଦୁଇ ବର୍ଷ ତଳୁ ସମସ୍ତକୁ ନୋଟିସ୍ ଜାରି କରି ଚୁପ୍ ବସିପଡ଼ିଥିବା ବିଡିଏ ଏବେ ସେମାନଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି । ବ୍ୟକ୍ତିଗତ ଭାବେ କିମ୍ବା ସେମାନଙ୍କ ପ୍ରତିନିଧି ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି ।

ପରିବେଶ ଓ ଜଂଗଲ ବିଭାଗ ସଚିିବ ସୁରେଶ ମହାପାତ୍ରଙ୍କୁ ଆସନ୍ତା ୨୧ ତାରିଖରେ ହାଜର ହେବାକୁ ନୋଟିସ୍ ହୋଇଛି । ସେହିଭଳି ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଜେନାଙ୍କୁ ୨୪ ତାରିଖରେ ଓ ଜଗତ୍ସିଂହପୁର ଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କୁ ୨୭ ତାରିଖରେ ହାଜର ହେବାକୁ ନୋଟିସ୍ କରିଛି ବିଡିଏ । ଜମି ଓ ପ୍ଲଟ୍ ଆବଂଟନରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ୨୦୧୪ ମସିହା ଡିସେମ୍ବରରେ କୋଟା ବାତିଲ କରିଥିଲେ ।

୧୯୯୫ ମସିହା ପରଠାରୁ ୨୦ ବର୍ଷ ମଧରେ ବିଭିନ୍ନ ଉନ୍ନୟନ କର୍ତୃପକ୍ଷଙ୍କ ଦ୍ୱାରା ଆବଂଟିତ ହୋଇଥିବା ୧୭୩୧ ଇଛାଧୀନ ଆବଂଟନ ବାତିଲ ହୋଇଥିଲା । ଏଥିରେ ୩୫୬ ଜଣ ବ୍ୟକ୍ତି ଏକାଧିକ ପ୍ଲଟ୍ ଓ ଫ୍ଲାଟ୍ ନେଇଥିବା କଥା ସରକାର ବିଧାନସଭାରେ ସ୍ୱୀକାର କରିଥିଲେ ।