ଚାକିରୀରୁ ଇସ୍ତଫା ଦେଇ ପାରନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି !

198

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ଖେଳାଳିଙ୍କ ପାଇଁ ଖରାପ ଖବର । ବିସିସିଆଇ ଏବେ ଖେଳାଳିମାନଙ୍କ ପାଇଁ ଏକ ନୂଆ ଫରମାନ ଜାରି କରିଛି । ଯାହା ଫଳରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଚାକିରୀରୁ ଇସ୍ତଫା ଦେବାକୁ ପଡିପାରେ । ସୁପ୍ରିମକୋର୍ଟର କ୍ରିକେଟ ପ୍ରଶାସକ ସମିତି ବା ସିଓଏ ବୋର୍ଡକୁ ସ୍ପଷ୍ଟ କରିଦେଇଛି, କୌଣସି ଖେଳାଳି ସରକାରୀ କିମ୍ବା ଘରୋଇ କଂପାନୀରେ ଚାକିରୀ କରିପାରିବେ ନାହିଁ ।

ଏହି ନିର୍ଦ୍ଦେଶ ଆଧାରରେ ଅଏଲ୍ ଆଣ୍ଡ୍ ନେଚୁରାଲ ଗ୍ୟାସ କର୍ପୋରେସନର ମ୍ୟାନଜର ପଦ ଛାଡିବାକୁ ବିରାଟ କୋହଲିଙ୍କୁ ବିସିସିଆଇ କହିଛି । ସେହିପରି ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା ସହ ଆହୁରି କିଛି ଖେଳାଳିଙ୍କୁ ଚାକିରୀ ଛାଡିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।