ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସ୍ୱଦେଶ ଫେରିବା ଖୁସିକୁ ଏଭଳି ଭାବେ ଜାହିର କଲା ବିସିସିଆଇ ! ଭାରତୀୟ କ୍ରିକେଟ୍ ଟିମ୍ ଜର୍ସୀରେ ଅଭିନନ୍ଦନଙ୍କ ନାମ ସହ ଲେଖାଗଲା ନମ୍ବର ୧ । 

213

ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସ୍ୱଦେଶ ଫେରିବା ଖୁସିରେ ବିସିସିଆଇ ତରଫରୁ ସ୍ୱାଗତ କରାଯାଇଛି । ଟିମ୍ ଇଣ୍ଡିଆର ଜର୍ସୀରେ ଅଭିନନ୍ଦନଙ୍କ ନାଁ ସହ ନମ୍ବର ୧ ଲେଖି ଏଭଳି ଭାବେ ତାଙ୍କୁ ବିସିସିଆଇ ସ୍ୱାଗତ କରାଯାଇଛି । ସାହସୀ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଗତକାଲି ରାତି ୯.୧୦ ସମୟରେ ଭାରତ ମାଟିକୁ ଫେରିଥିଲେ । ସେ ଇସଲାମାବାଦରୁ ଲାହୋର ହୋଇ ଅଟାରୀ ବାଘା ବୋର୍ଡରରେ ପହଂଚିଥିଲେ । ଅଭିନନ୍ଦନଙ୍କ ସ୍ୱଦେଶ ଫେରିବା ଖୁସିରେ ସାରା ଦେଶ ଉତ୍ସବମୁଖର ହୋଇପଡିଛି । ଖୋଦ୍ କମାଣ୍ଡର କହିଛନ୍ତି ଯେ ତାଙ୍କୁ ସ୍ୱଦେଶ ଫେରି ଖୁବ୍ ଭଲ ଲାଗୁଛି ।

ତେବେ ବିସିସିଆଇ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛି , #WelcomeHomeAbhinanadan ତୁମେ ଆକାଶମାର୍ଗରେ ରାଜ୍ କଲ ଏବଂ ଆମ ହୃଦୟରେ ମଧ୍ୟ । ଆପଣଙ୍କ ସାହସ ଏବଂ ଗାରିମା ଆଗାମୀ ପିଢିକୁ ପ୍ରେରିତ କରିବ । ଅଭିନନ୍ଦନଙ୍କୁ ୱାଘା ବର୍ଡରରୁ ସ୍ୱଦେଶ ପାଛୋଟି ଆଣିବା ପାଇଁ ସେନାର ୪ ଗାଡି ଏବଂ ଅନେକ ଅଧିକାରୀ ପହଂଚିଥିଲେ । ଅଭିନନ୍ଦନଙ୍କ ଭାରତ ଲେଉଟାଣିର ପ୍ରଥମ ଫଟୋରେ ତାଙ୍କ ମୁଖରେ ସ୍ମି୍ତହସ ସହ ଶାରୀରିକ ରୂପରେ ସେ ଫିଟ୍ ନଜର ଆସୁଛନ୍ତି । କିନ୍ତୁ ଏବେ ତାଙ୍କର ମେଡିକାଲ୍ ଚିକିତ୍ସା ହେବା ବାକି ରହିଛି । ତାଙ୍କ ମୁହଁରେ କିଛି ଆଘାତର ଚିହ୍ନ ରହିଛି ।