ପୂର୍ବତନ ସିଏଜି ମୁଖ୍ୟ ବିନୋଦ ରାୟ ହେଲେ ବିସିସିଆଇ ମୁଖ୍ୟ

28

କନକ ବ୍ୟୁରୋ : ବିନୋଦ ରାୟ ହେଲେ ବିସିସିଆଇ ମୁଖ୍ୟ । ବିସିସିଆଇର ପ୍ରଶାସନିକ ପ୍ୟାନେଲ ସଂପର୍କରେ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବତନ ସିଏଜି ମୁଖ୍ୟ ବିନୋଦ ରାୟଙ୍କୁ ବିସିସିଆଇର ସର୍ବୋଚ୍ଚ କର୍ତା ଭାବେ ଘୋଷଣା କରିବା ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ପ୍ୟାନେଲରେ ସାମିଲ କରିଛନ୍ତି ।

ବିକ୍ରମ ରାୟଙ୍କ ସହ ଏହି ପ୍ୟାନେଲରେ ଅଛନ୍ତି ଐତିହାସିକ ରାମଚନ୍ଦ୍ର ଗୁହା । ଏହା ସହ ପ୍ୟାନେଲରେ ଥିବା ଅନ୍ୟ ଜଣେ ସଦସ୍ୟ ହେଲେ ଆଇଡିଏଫସି ଅଧ୍ୟକ୍ଷ ବିକ୍ରମ ଲିମାଇ । ତାଙ୍କ ସହ ମହିଳା କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଡାଏନା ଏଡୁଲଜୀଙ୍କୁ ମଧ୍ୟ ବିସିସିଆଇ ପ୍ରଶାସନିକ ପ୍ୟାନେଲରେ ସାମିଲ କରାଯାଇଛି ।

ବିସିସିଆଇ ପାଇଁ ପ୍ରଶାସନିକ ପ୍ୟାନେଲ ନିଯୁକ୍ତି କରିଥିବା ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ଜଷ୍ଟିସ ଆର.ଏମ. ଲୋଧା । ବିସିସିଆଇରେ ସଂସ୍କାର ଆଣିବାକୁ ତାଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ସର୍ବୋଚ୍ଚ ଅଦାଲତ କାର୍ଯ୍ୟକାରୀ କରିଥିବାରୁ ସେ ଖୁସି ପ୍ରକଟ କରିଛନ୍ତି । ବିସିସିଆଇରେ ସୁଧାର ଆଣିବାକୁ ଦିଆଯାଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ ଏହି ୪ ଜଣିଆ କମିଟି ବେଶ୍ ସହାୟକ ହେବ ବୋଲି କହିଛନ୍ତି ଜଷ୍ଟିସ ଲୋଧା ।